Wednesday , January 29 2020
Breaking News
Home / କ୍ରୀଡ଼ା / ଗଠନ ହେଲା କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଖେଳାଳି ସଙ୍ଘ

ଗଠନ ହେଲା କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଖେଳାଳି ସଙ୍ଘ

କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାର  ପୂର୍ବତନ ଓ ବର୍ତମାନର କ୍ରିକେଟ ଖେଳାଳିମାନଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଖେଳାଳି ସଙ୍ଘ  ଗଠିତ  ହୋଇଯାଇଛି ।  ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ଟାଉନବଳରାମପୁରସ୍ଥିତ ଶ୍ରଦ୍ଧାଞ୍ଜଳି ପ୍ୟାଲେସ ପରିସରରେ କ୍ରିକେଟ ଖେଳାଳି ସନ୍ତୋଷ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ।  ଏହି ବୈଠକରେ ଆଗାମି ଦିନରେ ଜିଲ୍ଲାରେ ତୃଣମୂଳ ସ୍ତରରେ କ୍ରିକେଟର ବିକାଶ ଓ ଜିଲ୍ଲାର ସମସ୍ତ ଅଂଚଳରୁ ପ୍ରତିଭାବାନ କ୍ରିକେଏଟ ଖେଳାଳିଙ୍କ ପ୍ରତିଭାକୁ ଚିହ୍ନଟକରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏତଦଭିନ୍ନ ଜିଲ୍ଲାରେ କ୍ରିକେଟର ସ୍ଥାଣୁ ଅବସ୍ଥାକୁ ନେଇ ବକ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ଅବସରରେ କନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଖେଳାଳି ସଙ୍ଘର କର୍ମକର୍ତା ଚୟନ କରାଯାଇ ସଭାପତି ଭାବେ କ୍ଷୀରୋଦ କୁମାର କର,  ଉପସଭାପତି ଭାବେ ଗାଙ୍ଗେୟ ବିଶ୍ୱାଳ ଓ  ରଶ୍ମିରଞ୍ଜନ ସିଂ, ସମ୍ପାଦକ ଭାବେ ସତ୍ୟପ୍ରକାଶ ତ୍ରିପାଠୀ, ସହସମ୍ପାଦକ ଭାବେ ରଶ୍ମିରଞ୍ଜନ ବାରିକ, ଜୀବନ ମହାନ୍ତି  ଓ  ସଞ୍ଜୟ ଚୈାଧୁରୀ ଏବଂ କୋଷାଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ  ସର୍ବସମ୍ମତି କ୍ରମେ   ନିର୍ବାଚିତ  କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କ୍ରିକେଟ ଖେଳାଳି ଆରବ ଅଲ୍ଲୀ, ଅକ୍ଷୟ ପରିଡା,  ଜଗନ୍ନାଥ ସାହୁ, ଜ୍ଞାନରଞ୍ଜନ ପରିଡା, ଜଗନ୍ନାଥ ଦାସ, ରମେଶ ସେଠୀ, ଅସିତ ଦାସ, ହିରଣ୍ୟ ପଣ୍ଡାଙ୍କ ସମେତ ଜିଲ୍ଲାର ୪୦ଟି କ୍ରିକେଟ କ୍ଲବର କର୍ମକର୍ତା ଓ ଖେଳାଳିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବରଦାକାନ୍ତ ବରାଳ ମଂଚ ପରିଚାଳନା କରିଥିବା ବେଳେ ରଶ୍ମିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ତଳା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ  

ଗରଦପୁର,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଅନ୍ତର୍ଗତ ବନ୍ତଳା ପଂଚାୟତରେ ଥିବା ବନ୍ତଳା ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର୩୮ତମ ବାର୍ଷିକ …

Leave a Reply

Your email address will not be published. Required fields are marked *