Tuesday , January 28 2020
Breaking News
Home / ବିଶେଷ / ଗଞ୍ଜେଇ ଚାଲାଣକାରୀକୁ ୧୦ ବର୍ଷ ଜେଲ୍‌

ଗଞ୍ଜେଇ ଚାଲାଣକାରୀକୁ ୧୦ ବର୍ଷ ଜେଲ୍‌

ବାଲିଗୁଡ଼ା, ୦୯/୧୨/୨୦୧୯(ଓଡ଼ିଶା ସମାଚାର)- ଗତ ୨୦୧୭ ମସିହା ମେ ୩୦ ତାରିଖରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଥିବା ବୃନ୍ଦାବନ ଦିଗାଲଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ ହୋଇଛି । କ. ନୁଆଗାଁ ଥାନା ଅନ୍ତର୍ଗତ ଗୁଗୁରକ୍ଲିୟୁ ରାସ୍ତା ଉପରେ ବୃନ୍ଦାବନ ଦିଗାଲ ୯ଟି ଅଖାବସ୍ତାରେ ୧୦୬ କେଜି ଗଞ୍ଜେଇ ଧରି ଏକ ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ବ୍ରହ୍ମପୁରର ଅବକାରୀ ନିରୀକ୍ଷକ ଗଞ୍ଜେଇକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା କୋର୍ଟର ସ୍ୱତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ ବୃନ୍ଦାବନ ଦିଗାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଏକଲକ୍ଷ ଟଙ୍କା ଜୋରିମାନା ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ମୋକଦ୍ଦମା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *