Friday , October 18 2019
Breaking News
Home / ବିଶେଷ / ଗଜଲଷ୍ମୀ ପୂଜା ପାଇଁ ପୁରପଲ୍ଲୀ ଉତ୍ସବ ମୁଖର

ଗଜଲଷ୍ମୀ ପୂଜା ପାଇଁ ପୁରପଲ୍ଲୀ ଉତ୍ସବ ମୁଖର

ପାଟକୁରା, ୧୨/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁରବ୍ଲକରେ ରବିବାର ଠାରୁ ଗଜଲଷ୍ମୀ ପୂଜା  ଅନୁଷ୍ଠିତ ହେଉଛି । ଏ ଥିପାଇଁ ବିଭିନ୍ନ ପୁଜା କମିଟିର  ପ୍ରସ୍ତୁତି ଶେଷ ହୋଇଛି । ଏନେଇ ପୁରପଲ୍ଲୀ ଆନନ୍ଦ ଉଲ୍ଲାସର ସହିତ ଉତ୍ସବ ମୁଖର ହୋଇଉଠିଛି । ବ୍ଲକର ବେଡାରୀ ,କୋରୁଆ କଲେଜ ଛକ.ସାନବେତରା ,ମଧୁ ,ଅଣ୍ଢାଳ ,ନଇନ୍ଦିପୁର,  କେଡପଲ୍ଲା , ରାଏସର ,ବାସୁଦେଇପୁର ,ମାହାଳ ,ଚଷାକୁନ୍ଦ ,ଆଳିଜଙ୍ଗା , ଜୟତଳଙ୍ଗ, ତେଣ୍ଡାକୁଡ଼ା, ଶଙ୍କରଭୋଳ ସମେତ  ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀ ପୂଜା ପାଇବେ । ତେବେ ବେଡାରୀ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ନିଆରା ଢଙ୍ଗରେ ଗଜଲକ୍ଷ୍ମୀ ପୂଜା କରାଯିବ ବୋଲି ପୂଜା କମିଟର କର୍ମକର୍ତା  କହିଛନ୍ତି । ସେଥିନିମନ୍ତେ ଗାଁ କୁ ଭଲ ଭାବରେ ସଫା ସୁତରା କରାଯିବା ସହ ପରିମଳ ଓ  ରଙ୍ଗିନ ଆଲେକ ମାଳା ସହିତ ସୁଉଚ୍ଚ ତୋରଣ ବ୍ୟବସ୍ଥା କୁ ପ୍ରାଧାନ୍ୟ ଦିଆଯାଇଛି । ଧାନ ବିଲରୁ ଧାନ ଆସି ପୂଜା ମଣ୍ଡପରେ ରଖାଯାଇଥାଏ । ଗାଁର ଯୁବତୀ ମାନେ ନିଜର ଗାଁର ଉନ୍ନତି ପାଇଁ ମାଙ୍କୁ ସ୍ୱାଗତ କରିବା ପାଇଁ ଗାଁ କାନ୍ଥରେ ଚିତା ଲେଖିବା ସହ  ରାସ୍ତାରେ ଝୋଟି ପକାଇଥାନ୍ତି । ଗାଁରେ ମା ଲଷ୍ୱୀ ଙ୍କ ପୂଜା ହେଉଥିବାରୁ ଗ୍ରାମବାସୀ ମାନେ ଆମିଷ ଭକ୍ଷଣ କରନ୍ତି ନାହିଁ । ଏହାବ୍ୟତିତ ଏହି ପୂଜା ମଣ୍ଡପରେ  ମାନସିକ ଧାରୀ ଙ୍କ ମନସିକ ପୂରଣ ହୋଇଥିବାର ବିଶ୍ୱାସ ରହିଛି  ଗ୍ରାମବାସୀ  କହିଛନ୍ତି  । ମାନସିକ ପୂରଣ ହେଲେ ଠାକୁରଙ୍କୁ ସୁନାଚିତା ଓ ରୂପାଚାନ୍ଦି  ପ୍ରଦାନ କରିବାର ପରମ୍ପରା ରହିଛି ।  ଏହି ପୂଜା ମଣ୍ଡପରେ ମୃମଣୟୀ ପ୍ରତିମା ଙ୍କ ମକୁଟ କୁ  ଚାନ୍ଦି ଅଳଙ୍କାରରେ ଆଭୁଷଣ  କରାଯାଇଛି ।  ମା ଙ୍କୁ ଏବଂ ପାଶ୍ୱଦେବୀ ଙ୍କୁ ମୁକୁଟ ,ମଥାମଣୀ ,ନୋଥ ,ଶଖାଂ , ଅଂଟାବିଛା ,ପାଉଁଚି ସଜାଯାଇଥାଏ । ଏଥିସହିତ ଆକର୍ଷଣୀୟ ତୋରଣ  ହେବାସହିତ ଓ ପ୍ରତ୍ୟେକ ରାତ୍ରୀ ରେ ସାଂକୃତିକ କାର୍ଯ୍ୟକ୍ରମ  ସବିତ ବିଭିନ୍ନ ପ୍ରତିଭା ଧାରୀ ମାନଙ୍କୁ ପୁରସ୍କୁତ କରାଯିବାର ବ୍ୟବସ୍ଥା  ରହିଛି । ବେଡାରୀ ଗ୍ରାମରେ ମା ଙ୍କୁ ଚାନ୍ଦୀ ଅଳଙ୍କାରରେ  ସଜ୍ଜାଯାଉ ଥିବାରୁ ଏଠାରେ  ଆଖପାଖ ଗ୍ରାମ ର ଶ୍ରଦ୍ଧାଳୁଙ୍କ  ଭିଡ ହୋଇଥାଏ । ଚଳିତବର୍ଷ ତୋରଣ ସହିତ  ଠାକୁରଙ୍କ ଚାନ୍ଦି ମୁକୁଟ ,ଆଲେକ ସଜ୍ଜା ଓ ସାକୃତିକ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାଳୁ ଙ୍କୁ ଆକୃଷ୍ଟ କରିବା ନେଇ ପ୍ରସ୍ତୁତି ସରିଛି ବୋଲି ପୂଜା କମିଟିର କର୍ମକର୍ତମାନେ  କହିଛନ୍ତି । ପ୍ରତିବର୍ଷ ଭଳି ଦିନରେ ମାଙ୍କ ଭଷାଣୀ  ଉସôବ  ଘଂଟା ଘଂଟ କିର୍ତନ ମାଧ୍ୟମରେ  କରାଯିବା ପାଇଁ  ପ୍ରସ୍ତୁତ ସରିଛି ବୋଲି କର୍ମକର୍ତମାନେ ଜଣାଇଛନ୍ତି ।  ପୁଜା ପାଇଁ  ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି  ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ କହିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *