Tuesday , January 28 2020
Breaking News
Home / କ୍ରୀଡ଼ା / ଗଗନ-କାଳିଆ ମେମୋରିଆଲ ଟ୍ରଫି କି୍ରକେଟଫାଇନାଲରେ ନପୁଟ୍ କି୍ରକେଟ୍ କ୍ଲବ

ଗଗନ-କାଳିଆ ମେମୋରିଆଲ ଟ୍ରଫି କି୍ରକେଟଫାଇନାଲରେ ନପୁଟ୍ କି୍ରକେଟ୍ କ୍ଲବ

ଭୁବନେଶ୍ୱର/ଖୋର୍ଦ୍ଧା, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଟାଙ୍ଗିଆପଡ଼ା ପଂଚାୟତରକୁମାରବସ୍ତ ଗ୍ରାମ ଖେଳ ପଡ଼ିଆରେ ରାଇଜିଂଷ୍ଟାରକ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଗଗନ-କାଳିଆ ମେମୋରିଆଲ କ୍ରିକେଟ ଟୁର୍ନାମେଂଟର୨ୟ ସେମି-ଫାଇନାଲ ମ୍ୟାଚ ଅନୁଷ୍ଠିତହୋଇଯାଇଛି । ଏଥିରେ ମଂଚେଶ୍ୱର କ୍ଲବଭୁବନେଶ୍ୱରକୁ ୪ ୱିକେଟରେ ପରାସ୍ତ କରି ନପୁଟକ୍ରିକେଟ କ୍ଲବ ୨ୟ ଦଳ ଭାବେ ଫାଇନାଲରେପ୍ରବେଶ କରିଛି । ୮ ତାରିଖ ଦିନ ବ୍ଲୁରକଷ୍ଟାର ଯାଁଳା ଓ ନପୁଟ ମଧ୍ୟରେ ଫାଇନାଲମ୍ୟାଚ ଅନୁଷ୍ଠିତ ହେବ । ତେବେ ଆଜିର ମ୍ୟାଚରେମଂଚେଶ୍ୱର ଦଳ ପ୍ରଥମେ ଟସରେ ଜିତି ବ୍ୟାଟିଂକରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧରିତ ୧୮.୨ଓଭରରେ ସମସ୍ତ ୱିକେଟହରାଇ ୧୪୧ରନ କରିଥିଲା । ଦଳ ପକ୍ଷରୁ ଅଭୟ ମଲ୍ଲିକ ୩୮ଟି ବଲରୁ ୫୩ରନକରିଥିଲେ । ନପୁଟ ଦଳ ପକ୍ଷରୁ ଏମ.ଡ଼ି.ଆଜାର୪ଓଭରରେ ୨୩ରନ ଦେଇ ୪ଟି ୱିକେଟନେଇଥିଲେ । ଜବାବରେ ନପୁଟ ଦଳ ୧୯ଓଭରରେ ୬ ୱିକେଟ ହରାଇ ଆବଶ୍ୟକ ୧୪୨ରନକରି ବିଜୟ ଘୋଷିତ ହୋଇଥିଲେ । ଦଳ ପକ୍ଷରୁଆଇଏସ ଗିରି ୪୧ ବଳରୁ ୫୯ରନ କରିଥିଲେ ।ମଂଚେଶ୍ୱର ଦଳ ପକ୍ଷରୁ କାହ୍ନା ମହାନ୍ତି ୨ଟି ୱିକେଟନେଇଥିଲେ । ନପୁଟ ଦଳର ଭଲ ଖେଳ ପ୍ରଦର୍ଶନକରିଥିବା ଏମଡ଼ି ଆଜାରଙ୍କୁ ମ୍ୟାନ ଅପ ଦି ମ୍ୟାଚପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ପ୍ରକାଶ ପଟ୍ଟନାୟକ ଓ ଦୁର୍ଯ୍ୟୋଧନ ପରିଡ଼ା ପରିଚାଳନା କରିଥିବା ବେଳେ, ବିଶ୍ୱବିହାରୀ ସ୍ୱାଇଁ ସ୍କୋରରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)-ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ରବିବାର ସନ୍ଧ୍ୟାରେ …

Leave a Reply

Your email address will not be published. Required fields are marked *