Sunday , December 8 2019
Home / ରାଜନୀତି / ଖୋର୍ଦ୍ଧାରେ ବିଜେପିର ସଦସ୍ୟତା ଅଭିଯାନରେ ଶିବରାଜ

ଖୋର୍ଦ୍ଧାରେ ବିଜେପିର ସଦସ୍ୟତା ଅଭିଯାନରେ ଶିବରାଜ

ଖୋର୍ଦ୍ଧା, ୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶାକୁ ଦୁଇ ଦିନିଆ ଗ୍ରସ୍ତରେ ଆସିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଏହି ଅବସରରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଖୋର୍ଦ୍ଧାସ୍ଥିତ ଗୀତାଭବନ ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ଚୌହାନ ଯୋଗଦେଇ କହିଲେ ଯେ ଧାରା ୩୭୦ ଏବଂ ୩୫-ଏ କୁ ମୋଦୀ ସରକାର ହଟାଇ ଏକ ଅନ୍ଧ ଯୁଗୀୟ ଶାସନର ଅବସାନ କରିଛନ୍ତି । ଏଥିସହିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଥିଲେ ଶ୍ରୀ ଚୌହାନ । ସେହିପରି କଶ୍ମୀର ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ । ଜିଲ୍ଲା ବିଜେପି ସଭାପତି ସୁବାଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ମୋଦୀ ସରକାରଙ୍କର ଗରିବ କଲ୍ୟାଣ ଯୋଜନାକୁ କିପରି ଓଡ଼ିଶାର ଗାଁ ଗାଁ ରେପହଂଚାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ସଭା ପୂର୍ବରୁ ଶ୍ରୀ ଚୌହାନ ଖୋର୍ଦ୍ଧା ଷ୍ଟାଡ଼ିୟମ ସମ୍ମୁଖରେ ବୃକ୍ଷ ରୋପଣ କରିଥିଲେ । ପରେ ଦିବଂଗତ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସଭାରେ ବୁଦ୍ଧିଜୀବୀ, ଆଇନଜୀବୀ, ମହିଳା, ଶିକ୍ଷାବିତ୍ ଏବଂ ବ୍ୟବସାୟୀ ତଥା ସମାଜର ବିଭିନ୍ନ ବର୍ଗର ଶତାଧିକ ବ୍ୟକ୍ତି ବିଜେପିର ସଦସ୍ୟତା ଗ୍ରହଣ କରିଥିବାବେଳେ ୨୫ଜଣ ପ୍ରାଥମିକ ସଦସ୍ୟଙ୍କୁ ଶ୍ରୀ ଚୌହାନ ଦଳରେ ସାମିଲ କରାଇବା ସହିତ ନିଜେ ଖୋର୍ଦ୍ଧା ନଗରରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱରାଜ ହରିଚନ୍ଦନ, ରାଜ୍ୟ ସଦସ୍ୟତା ପ୍ରମୁଖ ଅନନ୍ତ ନାୟକ, ଜିଲ୍ଲା ସଦସ୍ୟତା ପ୍ରମୁଖ ସୁଦୀପ୍ତ ରାୟ, ରାଜ୍ୟ ସମ୍ପାଦକ ଡ଼. ଜତିନ୍ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ରଶ୍ମୀରଞ୍ଜନ ମହାପାତ୍ର, ନିକୁଞ୍ଜ କିଶୋର ପଟ୍ଟନାୟକ, ଅଭିଷେକ ଛୁଆଳସିଂହ, ଅଜୟ ମିଶ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ନଗର ସଭାପତି ଗଗନ ମଲ୍ଲ, ଜୟଦେବ, ଜଟଣୀ ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ଓ ବିଶ୍ୱ ରଞ୍ଜନ ବଡ଼ଜେନା, ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କେଳୁ ଜଗବ୍ଦେବ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ସିଦେ୍ଧଶ୍ୱର ନାଥ, ଜିଲ୍ଲା ସାଧାରଣ ସମ୍ପାଦିକା ମୀନା କୁମାରୀ ଦାସ, ଜାତୀୟ ଅନୁସୂଚୀତ ଜନଜାତି ମୋର୍ଚ୍ଚାର ସଦସ୍ୟ ବସନ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିଶ୍ୱଜିତ ସ୍ୱାଇଁ, ଖୋର୍ଦ୍ଧା ମିଡିଆ ସେଲ ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ସଦସ୍ୟତା ସହ ପ୍ରମୁଖ ରଞ୍ଜନ ମଙ୍ଗରାଜ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର ,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଐତିହାସିକ ସଂସ୍କୃତି ସମ୍ପନ୍ନ ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର …

Leave a Reply

Your email address will not be published. Required fields are marked *