Thursday , September 19 2019
Breaking News
Home / କ୍ରୀଡ଼ା / ଖେଳପଡିଆରେ ହୃଦ୍ଘାତରେ ଖେଳାଳିଙ୍କ ମୃତ୍ୟୁ

ଖେଳପଡିଆରେ ହୃଦ୍ଘାତରେ ଖେଳାଳିଙ୍କ ମୃତ୍ୟୁ

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଟବଲ ଟୁର୍ଣ୍ଣାମେସଟ ଚାଲିଥିବା ବେଳେଏକ ଦୁଃଖଦ ଘଟଣା ଘଟିଛି  । ଫୁଟବଲ ଖେଳିବା ବେଳେ ଛାତିରେ ଯନ୍ତ୍ରଣା କାରଣରୁ ଜଣେ ଖେଳାଳିଙ୍କ ମୃତ୍ୟୁଘଟିଛି  । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କଟକ ବାରବାଟି ଷ୍ଟାଡିୟମରେ ଫାଓ ଫୁଟବଲ ଲିଗରେ ଏସବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଫୁଟବଲ ମ୍ୟାଚ ଚାଲିଥିଲା  । ଖେଳଚାଲିଥିବା ବେଳେ ଜଣେ ଖେଳାଳି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ  ।ସେଙ୍ଗ ସେଙ୍ଗ ଖେଳାଳିଙ୍କୁ ଏସସିବି ମେଡ଼ିକାଲ ନିଆଯାଇଥିଲା  । ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମୃତ ଖେଳାଳି ହେଲେ ଅଜୟ ନାୟକ  । ମୃତ ଅଜୟ ନାୟକ ଏସବିଆଇ ପକ୍ଷରୁ ଖେଳୁଥିଲେ  । ଓଡ଼ିଶା ସମାଚାର

About admin

Check Also

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ …

Leave a Reply

Your email address will not be published. Required fields are marked *