Thursday , September 19 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଖୁବଶୀଘ୍ର ଟୁରିଷ୍ଟ ପୁଲିସ – ୮ ଟୁରିଷ୍ଟ ଥାନାରେ ରହିବେ ୭୨ କର୍ମଚାରୀ

ଖୁବଶୀଘ୍ର ଟୁରିଷ୍ଟ ପୁଲିସ – ୮ ଟୁରିଷ୍ଟ ଥାନାରେ ରହିବେ ୭୨ କର୍ମଚାରୀ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଆରମ୍ଭ ହେବ ଟୁରିଷ୍ଟ ପୁଲସ ସେବା । ରାଜ୍ୟରେ ଥିବା ୮ଟି ଟୁରିଷ୍ଟ ପୁଲିସ ଷ୍ଟେସନର ୭୨ ଜଣ ପୁଲିସ କର୍ମଚାରୀଙ୍କୁ ଏଥିପାଇଁ ସୋମବାର ଠାରୁ ଟ୍ରେନିଂ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆସନ୍ତା ୨ ସପ୍ତାହଧରି ପର୍ଯ୍ୟାୟକ୍ରମେ ଚାଲିବ । ପୁଲିସ କର୍ମଚାରୀମାନେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କର ଯେପରି କିଛି ସମସ୍ୟା ନ ଉପୁଜେ ସେ ନେଇ ସ୍ୱତନ୍ତ୍ର ଧ୍ୟାନ ଦେବା ଏହି ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ । ତେବେ ୮ଟି ଟୁରିଷ୍ଟ ପୁଲିସ ଷ୍ଟେସନ ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ଷ୍ଟେସନ ରହିଥିବା ଜଣାପଡ଼ିଛି । ସେଗୁଡ଼ିକ ହେଲା, ଖଣ୍ଡଗିରି, ନନ୍ଦନକାନନ, ଧଉଳି ଓ ଲିଙ୍ଗରାଜ ପୁଲିସ ଷ୍ଟେସନ । ରାଜଧାନୀରେ ଥିବା ଏହି ୪ଟି ପୁଲିସ ଷ୍ଟେସନକୁ ବିଭିନ୍ନ ସମୟରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଟୁରିଷ୍ଟ ପୁଲିସ ସେବାରୁ ଗୁରୁତ୍ୱ ବହୁତ ରହୁଛି । ଏହି ଟୁରିଷ୍ଟ ପୁଲିସ ଟ୍ରେନିଂ କାର୍ଯ୍ୟକ୍ରମକୁ ପୁଲିସ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଇଣ୍ଡିଆନ ଇନ୍ଷ୍ଟିଚୁଟ ଅଫ ଟୁରିଜିମ ଏଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ (ଆଇଆଇଟିଟିଏମ୍) ଅନୁକୂଲ୍ୟରେ ଏହି ତାଲିମ ଶିବିର ଆରମ୍ଭ କରିଛନ୍ତି । ଏହି ଅବସରରେ କମିଶନର ସତ୍ୟଜିତ ମହାନ୍ତି କହିଥିଲେ କି, ନିଶ୍ଚିତ ଭାବେ ଏହା ଏକ ଉତମ ପଦକ୍ଷେପ । ତାଲିମ ପାଇଥିବା ପୁଲିସ କର୍ମଚାରୀମାନେ ଟୁରିଷ୍ଟ ଥାନାର ଏକ କ୍ୟାବିନରେ ବସିବେ । ସେମାନଙ୍କୁ ଟୁରିଷ୍ଟ ପୁଲିସ ଭାବେ ଆଇକାର୍ଡ ଓ ଜ୍ୟାକେଟ୍ ପ୍ରଦାନ କରାଯିବ । ଜ୍ୟାକେଟ୍ ପଛଭାଗରେ ଟୁରିଷ୍ଟ ପୁଲିସ ସେବା ଲେଖା ରହିବ । ଯାହାକୁ ଚିହ୍ନଟ କରିବାକୁ ପର୍ଯ୍ୟଟକମାନଙ୍କୁ ସହଜ ହେବ । ଏହି ଟୁରିଷ୍ଟ ଟ୍ରେନିଙ୍ଗ ପ୍ରାପ୍ତ ପୁଲିସ କର୍ମଚାରୀମାନେ ଅନ୍ୟ ସମୟରେ ଥାନାରେ ଥିବା ଅନ୍ୟ ପୁଲିସ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରିବେ । ଯାହା

ଦ୍ୱାରା ଯଦି କେହି ଜଣେ ପୁଲିସ କର୍ମଚାରୀ ଛୁଟିରେ ରୁହନ୍ତି ତେବେ ଅନ୍ୟ ଜଣେ ତାଙ୍କ କାର୍ଯ୍ୟ ସମ୍ପାଦନ କରିପାରିବେ ।ବର୍ତମାନ ସମୟରେ ରାଜ୍ୟକୁ ପ୍ରତ୍ୟେକ ବର୍ଷ ୧କୋଟିରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ଓଡ଼ିଶାକୁ ଆସୁଥିବା ଜଣାପଡ଼ିଛି । ଏହି ତାଲିମ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର, ରିଜୋନାଲ ଡାଇରେକ୍ଟର ଭାରତୀୟ ପର୍ଯ୍ୟଟନ ବିଭାଗର ସାଙ୍ଗନିକ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୦୧/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ରବିବାର ସ୍ଥାନୀୟ ଓଳାଶୁଣି ପୀଠରେ ଏକ ପ୍ରସ୍ତୁତି ବୈଠକ …

Leave a Reply

Your email address will not be published. Required fields are marked *