Tuesday , July 16 2019
Home / ଶିକ୍ଷା / ଖୁଂଟୁଣୀ କଲେଜରେ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ

ଖୁଂଟୁଣୀ କଲେଜରେ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ

ଗୁରୁଡିଝାଟିଆ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ଯୁବସମାଜ ଅମାପ ଶକ୍ତି, ସାମର୍ଥ୍ୟ ଓ ଜ୍ଞାନର ଉତ୍ସ । ନିଜକୁ ଉତମ ରୂପେ ଗଢିତୋଳି ପିତାମାତା, ଶିକ୍ଷକ ଓ ରାଜନେତାଙ୍କଠାରୁ ଅଧିକ ପାରଦର୍ଶିତା ପ୍ରଦର୍ଶନ କରିବା ଆବଶ୍ୟକ । ଏହାଦ୍ୱାରା ମାନବ ସମାଜର ବିକାଶ ସମ୍ଭବ ହେବ । ବିଜ୍ଞାନ ଆଗକୁ ବଢିବା ପାଇଁ ବାଟ ଦେଖାଇଥାଏ । ଅନିସନ୍ଧିତ୍ସୁ ଭାବନା ନେଇ ଦେଶ ଓ ଜାତିର କଲ୍ୟାଣରେ ନିଜକୁ ସମର୍ପିବା ଆବଶ୍ୟକ । ବୁଦ୍ଧିଜୀବ ନିଜର ଅଭିଜ୍ଞତାକୁ ଯୁବବର୍ଗଭିତରେ ପ୍ରେରିତ କରି ଏକ ସୁସ୍ଥ ଓ ସମତୁଲ ସମାଜ ଗଠନର ବହ୍ନି ପ୍ରଜ୍ୱଳିତ କରିବାର ଆବଶ୍ୟକତା ରହିଛି । ଏକ ସଶକ୍ତ, ଜୀବନ୍ତ ଦେଶ ଗଠନ ପାଇଁ ସମତାଭିତିିକ ସମାଜ ଗଠନ ଯୁବସମାଜର ଆଦର୍ଶ ହେବା ଆବଶ୍ୟକ ବୋଲି ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଗୌହର ରାଜା ମତପ୍ରକାଶ କରିଛନ୍ତି । ଖୁଂଟୁୁଣୀ ରାଧାନାଥ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆଠଗଡ ଫୋରମ୍ସ ଅଫ ଏକାଡେମୀ ପକ୍ଷରୁ ମହାବିଦ୍ୟାଳୟସ୍ତରୀୟ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହରେ ବୈଜ୍ଞାନିକ ଡକ୍ଟର ରାଜା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶହୀଦ ଭଗତ ସିଂହ, ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦ ଆଦି ଦେଶକୁ ଏକ ଆତ୍ମା ଭାବି ନିଜକୁସମର୍ପିତ କରିଥିଲେ । ବିଭାଜନ, ବିଦ୍ୱେଷ ଓ ଦେଶଦ୍ରୋହୀଙ୍କ ବିରୁଦ୍ଧରେ ସଂଗ୍ରାମ କରି ସବୁ ମଣିଷଙ୍କ ଭିତରେ ସାମ୍ୟ, ମୈତ୍ରୀ ଓ ମାନବବାଦର ମହାମନ୍ତ୍ର ଗୁଞ୍ଜରିତ କରିଥିଲେ । ବିଭେଦକାରୀ ଶୋଷଣ କଷଣର ବିଲୋପ ପାଇଁ ଇଂରେଜଙ୍କ ବିରୁଦ୍ଧରେ ଲଢେଇ କରିଥିଲେ । ଆମେ ସ୍ୱାଧୀନତା ହାସଲ କଲେ ତ୍ୟାଗ ତିତୀକ୍ଷା ଓ ପ୍ରାଣବଳୀରେ  । ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଓ ମାନବବାଦର ବୈଜୟନ୍ତୀ ପାଇଁ ସମ୍ବିଧାନ ପ୍ରସ୍ତୁତ ହୋଇଛି । ହେଲେ ରାଜନୀତିର ଚକ୍ରବ୍ୟୁହରେ ଦେଶ ଆଜି ପେଶି ହୋଇଯାଇଛି  । ନୀତି ଆଦର୍ଶ ଆଜି ବିଭାଜନକାରୀ ଓ କୁଚକ୍ରୀଙ୍କ ହାତରେ ଖେଳନା ସାଜିଛି । ଏସବୁରୁ ମୁକ୍ତି ପାଇଁ ଦେଶକୁ ଅଖଣ୍ଡତା ଓ ଏକତାସୂତ୍ରରେ ବାନ୍ଧି ରଖିବାକୁ ସମତାଭିତିକ ସମାଜ ଗଠନ ଏକାନ୍ତ ଆବଶ୍ୟକ । ସମସ୍ତଙ୍କ ଭିତରେ ମଣିଷକୁ ଭଲ ପାଉଥିବା ଭାବ ବୀଜବିପନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯୁବକ ସମାଜ ଉପରେ ନ୍ୟସ୍ତ ବୋଲି ବୈଜ୍ଞାନିକ ଡକ୍ଟର ରାଜା ମତପ୍ରକାଶ କରିଥିଲେ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ ଅତୀବ ଗୁରୁତ୍ୱପୂର୍ଣ୍ଣ । ସମାଜର ତଳସ୍ତରରେ ପଡିଯାଉଥିବା ଅଭାବୀ ଜନସାଧାରଣଙ୍କୁ ହାତ ଧରି ଉଠାଇ ଆଣି ସହାୟତାର ହାତ ବଢାଇବା ଭାବ ବିଦ୍ୟାର୍ଥୀଙ୍କ ମନରେ ସୃଷ୍ଟି କରିବା ଆମ୍ଭରନୈତିକ ଦାୟିତ୍ୱ । ଅଭାବ ଅନାଟନଭିତରେ କୌଣସି ପ୍ରତିଭା ଯେଭଳି ମଉଳି ନ ପଡେ ସେଥିପାଇଁ ପ୍ରଯତ୍ନବାନ ହେବା ସହ ମେଧାବୀଙ୍କୁ ଦେଶ ଗଠନରେ ବିନିଯୋଗ ପାଇଁ ଉତ୍ସାହର ବହ୍ନି ପ୍ରଜ୍ୱଳିତ କରିବା ଶିକ୍ଷାଜ୍ୟୋତି ସମ୍ମାନ ସମାରୋହର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ ଆଠଗଡକୁ ଗଢି ତୋଳିବା ଓ ପଢିତୋଳିବା ପାଇଁ ବିଦ୍ୟାର୍ଥୀଙ୍କ ମନରେଏକ ସକାରାତ୍ମକ ଚେତନା ଭରିଦେବାରେ ବୈଜ୍ଞାନିକ ଡକ୍ଟର ରାଜାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଆବଶ୍ୟକତା ପ୍ରେରଣାଦାୟକ ବୋଲି କହିଥିଲେ । ସଂଗଠନର ସଂଯୋଜକ ଡକ୍ଟର ରାମଚନ୍ଦ୍ର ସାହୁ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଫୋରମ ଅଫ ଏକାଡେମୀର ସଭାପତି ଡକ୍ଟର ଦାମୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଆଠଗଡ ନିର୍ବାଚନ ମଣ୍ଡଳୀର +୨ ଶ୍ରେଣୀର ଜଣ ୧୧୦ଜଣ ଓ +୩ ଶ୍ରେଣୀର ୭୦ଜଣ କୃତୀ ବିଦ୍ୟାର୍ଥୀଙ୍କୁ ମଂଚାସୀନ ଅତିଥି ସମ୍ମାନିତ କରିଥିବା ବେଳେ +୨ର କଳାରେ ସୁମିତ୍ରା ବେହେରା, ବିଜ୍ଞାନରେ ପ୍ରଜ୍ଞାପରମିତା ସାହୁ, ବାଣିଜ୍ୟରେ ସ୍ନେହା ବିହାନି ଓ ଧନ୍ଦାମୂଳକରେ ରୁଚିସ୍ମିତା ପାତ୍ର ଏବଂ +୩ ଶ୍ରେଣୀରେ କଳାରେ ଦୀପ୍ତିମୟୀ ସାହୁ, ବିଜ୍ଞାନରେ ଅନୁପନ ସିହ୍ନା ଓ ବାଣିଜ୍ୟରେ ନିରୁପମା ସାହୁ ଉକ୍ରର୍ଷତା ପାଇଁ ଅତିଥିଙ୍କଠାରୁ ଲାପଟପ ଓ ଟ୍ରଫି ହାସଲ କରିଥିଲେ । ନିର୍ବାଚନମଣ୍ଡଳୀର +୨ ଓ +୩ ମହାବିଦ୍ୟାଳୟର ଶ୍ରେଷ୍ଠ ମହାବିଦ୍ୟାଳୟଗୁଡିକୁ ସମ୍ମାନିତ କରାଯାଇଥିଲା । ଏତଦବ୍ୟତୀତ ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ବାସନ୍ତିଲତା ଦାସ, ବିଶ୍ୱଜିତ ସାହୁ, ଆଶୁତୋଷ ରାୟ, ପ୍ରିୟାଂଶୁ ପ୍ରଜ୍ଞାଦୀପ୍ତ, ସୌରଭରଞ୍ଜନ ନାୟକ ଓ ସୋନମ ଶତପଥି ପ୍ରମୁଖ ୬ଜଣ ବିଦ୍ୟାର୍ଥୀଙ୍କୁ ଲାପଟପ ଓ ଟ୍ରଫି ସହ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଫୋରମ ଅଫ ଏକାଡେମୀର ସମ୍ପାଦକ ଶଶିଭୂଷଣ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଧାନାଥ ବିଜ୍ଞାନ ମହାବିଦ୍ୟାଳୟ +୨ର ଅଧ୍ୟକ୍ଷ ରବିନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ହାଜିପୁର ହାଇସ୍କୁଲରେ ବନ ମହୋସôବ

ଏରସମା,୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ଏରସମା ବ୍ଲକ ପଏଦା ପଂଚାୟତ ହାଜିପୁର ନୋଡାଲ ଉଚ୍ଚବିଦ୍ୟାଳୟରେ ବନ ମହୋସôବ ସପ୍ତାହ ପାଳିତ ହୋଇଛି …

Leave a Reply

Your email address will not be published. Required fields are marked *