Saturday , February 29 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ଖଣି କ୍ଷେତ୍ରରେ ଚାପ ଯୋଗୁ ଜୀବନଜୀବିକାରେ ବାଧା ସୃଷ୍ଟି ହୋଇଛି:ଏଫଆଇଡିଆର୍‌

ଖଣି କ୍ଷେତ୍ରରେ ଚାପ ଯୋଗୁ ଜୀବନଜୀବିକାରେ ବାଧା ସୃଷ୍ଟି ହୋଇଛି:ଏଫଆଇଡିଆର୍‌

ଭୁବନେଶ୍ୱର ,୨୪/୦୧/୨୦୨୦ (ଓଡ଼ିଶା ସମାଚାର)-  ଦେଶରେ ଖଣି କ୍ଷେତ୍ରରେ ପଡ଼ୁଥିବା ଚାପ ଯୋଗୁ ଜୀବନଜୀବିକାରେ ବହୁବିଧ ବାଧା ସୃଷ୍ଟି ହୋଇଛି । ଏନେଇ ଭାରତର ଅଗ୍ରଣୀ ସାମାଜିକ ସଂସ୍ଥା ଫୋରମ୍ ଫର୍ ଇଂଟିଗ୍ରେଟେଡ୍ ଡେଭଲପ୍‌ମେଂଟ୍  ଆଣ୍ଡ୍ ରିସର୍ଚ୍ଚ(ଏଫ୍‌ଆଇଡିଆର୍‌) ପକ୍ଷରୁ ୫ଟି ରାଜ୍ୟରେ ସର୍ଭେ କରାଯାଇ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି ।

ସର୍ଭେରେ ଦେଶର ୬୦ ପ୍ରତିଶତ ଲୋକ ଖଣିକ୍ଷେତ୍ରରେ ଅନୁଭୁତ ହେଉଥିବା ଚାପ ଯୋଗୁ ସେମାନଙ୍କର ଜୀବନ ଶୈଳୀରେ ପରିବର୍ତନ ଆସିଥିବା ସ୍ୱୀକାର କରିଛନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ହେବାରୁ ମାନସିକ ଚାପ ବଢ଼ିବାରୁ ୬୫ ପ୍ରତିଶତ ପାରିବାରିକ ହିଂସା ବଢୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଗୋଆ ଏବଂ କର୍ନାଟକରେ ଏଭଳି ଘଟଣା ସର୍ବର୍ାଧିକ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ଫଳରେ ଏକ ତୃତୀୟାଶଂ ଲୋକ ସେମାନଙ୍କର ସନ୍ତାନଙ୍କୁ ଶସ୍ତା ବିକଳ୍ପ ଉପଲବ୍ଧ କରାଇବାକୁ ପସନ୍ଦ କରିଛନ୍ତି । ସରକାରଙ୍କ ତ୍ରୁଟିଯୁକ୍ତ ଖଣି ନୀତି ଯୋଗୁ ଏଭଳି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି ।

‘ମାଇନିଂ, ଏ ପ୍ରୁଡେଂଟ୍ ପ୍ରସପେକ୍ଟିଭ୍‌’ ନାମକ ଏହି ରିପୋର୍ଟରେ ଗୋଆ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଏବଂ କର୍ନାଟକରେ ହୋଇଥିବା ସର୍ଭେ ରିପୋର୍ଟକୁ ସ୍ଥାନୀତ କରାଯାଇଛି । ସର୍ଭେରେ ସମାଜର ସମସ୍ତ ବର୍ଗର ଲୋକଙ୍କୁ ସାମିଲ୍ କରାଯାଇଥିଲା ।

ଖଣି କ୍ଷେତ୍ରରେ ଳାଗି ରହିଥିବା ଅସ୍ଥିରତା କେବଳ ଏଠାରେ କାମ କରୁଥିବା ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିନାହିଁ । ବରଂ ଏହା ସେମାନଙ୍କ ପରିବାର ତଥା ସେମାନଙ୍କର ଜୀବନଜୀବିକା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଛି । ଏହାର ପ୍ରଭାବ ସର୍ବାଧିକ ମହିଳା ଏବ ଂଛୋଟ ପିଲାଙ୍କ ଉପରେ ପଡ଼ିଛି । ଖଣି କ୍ଷେତ୍ରରେ ସହଜରେ କାମ ମିଳୁଥିବା ୭୦ ପ୍ରତିଶତ ଲୋକ ସର୍ଭେ ସମୟରେ ନିଜର ମତାମତ ଦେଇଥିଲେ । ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବାରୁ ମାନସିକ ସ୍ଥିତି ଦୁଃସ୍ଥ ହୋଇଥିବା ୨୭ ପ୍ରତିଶତ ଲୋକ ସର୍ଭେ ସମୟରେ ପ୍ରକାଶ କରିଥିଲେ ।

ଏସମ୍ପର୍କରେ ଏଫଆଇଡିଆର୍ ର ମେଂଟର ଚାରୁଦତ ପାଣିଗ୍ରାହୀ କୁହନ୍ତି, ଏହି ରିପୋର୍ଟରେ ଭାରତର ସାଧାରଣ ଲୋକଙ୍କ ସ୍ୱରକୁ ସ୍ଥାନୀତ କରାଯାଇଛି । ଖଣି ଏବ ଂଶକ୍ତି କ୍ଷେତ୍ର ଦ୍ୱାରସେମାନଙ୍କର ଜୀବନଶୈଳୀ କିଭଳି ପ୍ରଭାବିତ ହେଉଛି ତାହା ସେମାନେ ପ୍ରକାଶ କରିଛନ୍ତି । ଦେଶ ଆଗାମୀ ଦିନରେ ୫ ଟ୍ରିଲିୟନ୍ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଥିବାବେଳେ ଖଣି କ୍ଷେତ୍ରରେ ଜାରି ରହିଥିବା ଅସ୍ଥିରତା ଏହି କ୍ଷେତ୍ରରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

ଏହି ରିପୋର୍ଟରେ ଉଭୟ ପ୍ରାଇମେରୀ ଏବଂ ସେକେଣ୍ଡାରୀ  ଷ୍ଟେକ୍‌ହୋଲଡରଙ୍କ ସମ୍ପର୍କରେ ପ୍ରକାଶ ପାଇଛି । ସରକାରଙ୍କ ନିକଟରେ ଏହାର ଉପସ୍ଥାନ ଦ୍ୱାରା ଖଣି ନୀତିରେ ପରିବର୍ତନର ଆଶା ରହିଛି । ଖଣି କ୍ଷେତ୍ରରେ ବିକଳ୍ପ ନିଯୁକ୍ତି ସୁଯୋଗ ରହିଛି । ଭାରତ ସମଗ୍ର ବିଶ୍ୱରେ କୋଇଳା ଉତ୍ପାଦନେ ରତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଲୌହ ଉତ୍ପାଦନରେ ଚତୁର୍ଥ, ଇସ୍ପାତ ଉତ୍ପାଦନରେ ୫ମ ଏବଂ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ୮ମ ସ୍ଥାନ ହାସଲ କରିପାରିଛି । କୋଇଲା, ଲୌହ, ଇସ୍ପାତ, ଆଲୁମିନିୟମ, ଚୂନପଥର ଆଦି ଭାରତର ଆର୍ଥିକ ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାଦ୍ୱାରା ବାର୍ଷିକ ୮ ବିଲିୟନ୍ ଫରେନ୍ ଏକ୍ସଚେଞ୍ଜ୍ ସମ୍ପନ୍ନ ହୋଇଥାଏ । ଦେଶର ଜିଡ଼ିପିରେ ୨୦୧୧-୨୦୧୨ରେ ଖଣିକ୍ଷେତ୍ରରେ ଯୋଗଦାନ ୩ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏହା ୨.୬ ପ୍ରତିଶତକୁ ଖସି ଆସିଛି ।

ଏସମ୍ପର୍କରେ ଏଫ୍‌ଆଇଡିଆର୍‌ର ନିର୍ଦ୍ଦେଶକ ସିଦ୍ଧାର୍ଥ ବେହେରା କୁହନ୍ତି,ଖଣିକ୍ଷେତ୍ର କିଭଳି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି ସେନେଇ ଦିଲ୍ଲୀରେ ଏକ ଦିନିକିଆ ଆଲୋଚନା ଚକ୍ର ୨୦୨୦ ଜାନୁୟାରୀ ୨୩ରେ ଅନୁଷ୍ଠିତ ହୋଇଯାଇଛି । ଖଣି କ୍ଷେତ୍ରରେ ଜାରି ରହିଥିବା ଚାପ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା, ପିଲାଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଉପରେ ବହୁବିଧ ପ୍ରଭାବ ପଡୁଥିବା ଉପସ୍ଥିତ ପ୍ୟାନେଲିଷ୍ଟ୍‌ମାନେ ନିଜର ସହମତି ପ୍ରକାଶ କରିଛନ୍ତି ।

ଦେଶର ୫ଟି ରାଜ୍ୟରେ ହୋଇଥିବା ସର୍ଭେର୍ରୁ ଏହା ଜଣାପଡ଼ିଛି ଯେ, ଖଣିକ୍ଷେତ୍ର ରାଜ୍ୟର ଜିଡ଼ିପିରେ ୧୨ ପ୍ରତିଶତ ଯୋଗଦାନ କରିଥାଏ । ଗୋଆରେ ଖଣିକ୍ଷେତ୍ର ଉପରେ ରୋକ ଲାଗିବା ଦ୍ୱାରା ୩୪ ବିଲିୟନ୍ ଟଙ୍କାର ରାଜସ୍ୱ ଉପରେ ପ୍ରଭାବ ପଡିଛି । ଏହା ପ୍ରସ୍ତାବି୍ ୫ ଟ୍ରିଲିୟନ୍ ଡଲାର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଖଣିକ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ଯୋଗୁ ଗୋଆର ୩ ଲକ୍ଷ ଲୋକଙ୍କ ଜୀବନଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି । ଗୋଆ, ଓଡ଼ିଶା ଏବଂ କର୍ନାଟକରେ ଖଣି ଉପରେ ଲଗାତାର ରୋକ ଲାଗିବା ଦ୍ୱାରା ଏସବୁ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନିବେଶକ ବିଶ୍ୱାସନୀୟତା ହରାଇବାରେ ଲାଗିଛନ୍ତି । ଏହାଦ୍ୱାରା ସମ୍ପୃକ୍ତ ରାଜ୍ୟଗୁଡ଼ିକର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ଓଡ଼ିଶା ସମାଚାର

About admin

Check Also

ଓ.ପି.ଜିନ୍ଦଲ ଆନ୍ତର୍ବିଭାଗୀୟ କ୍ରିକେଟ – କୋଲ୍ଡ ରୋଲିଙ୍ଗ ମିଲ ଚାମ୍ପିିଅନ

  କଳିଙ୍ଗନଗର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ଦେଶର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଉତ୍କର୍ଷତାର ୫୦ତମ ବର୍ଷରେ …

Leave a Reply

Your email address will not be published. Required fields are marked *