Saturday , December 7 2019
Home / ବିଶେଷ / କ୍ଷେତ୍ରବାସୀ ଏକାଡ଼େମୀର ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ – ଗୋଟିଏ ଦେଉଳ ଗୋଟିଏ ବଉଳ

କ୍ଷେତ୍ରବାସୀ ଏକାଡ଼େମୀର ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ – ଗୋଟିଏ ଦେଉଳ ଗୋଟିଏ ବଉଳ

ନିରାକାରପୁର,୦୩/୧୨/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା କାଶୀପୁର ଭୈରବୀ ପୀଠ କ୍ଷେତ୍ରବାସୀ ଏକାଡ଼େମୀ ନିରାକାରପୁରର ୧୯୮୩ ମସିହା ଜୁନିୟର ବ୍ୟାଚର ବନ୍ଧୁମାନଙ୍କ ଦ୍ୱାରା ଗୋଟିଏ ଦେଉଳ ଗୋଟିଏ ବଉଳ କାର୍ଯ୍ୟକ୍ରମ ଗତ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ବିଶ୍ୱ ତାପାୟନ ହ୍ରାସ ବହୁଳ ସବୁଜ ବଳୟ ସୃଷ୍ଟି ଦ୍ୱାରା ସମ୍ଭବ ହୋଇପାରିବ  । ବଉଳ ବୃକ୍ଷ ଆବଶ୍ୟକତା ଥିବାରୁ ପ୍ରତ୍ୟେକ ପୁରାତନ ମନ୍ଦିରମାନଙ୍କରେ ବଉଳ ବୃକ୍ଷ ଦେଖିବାକୁ ମିଳିଥାଏ । ସେଥିପାଇଁ ସମସ୍ତ ମନ୍ଦିରରେ ଏହି ବୃକ୍ଷରୋପଣ କରିବାକୁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବିଭୁତି ଭୂଷଣ ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଏହା ପରେ ବର୍ଷିୟାନ ଗୁରୁ ଦେବେନ୍ଦ୍ର କୁମାର ମହାପାତ୍ର ଓ ହାଡ଼ିବନ୍ଧୁ ସାହୁଙ୍କୁ ଗୁରୁପୂଜନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସହସ୍ର ବର୍ଷ ଆୟୁଷ ବୃକ୍ଷ ପ୍ରତ୍ୟେକ ଦେବାଳୟରେ ରେରାପଣ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ଶପଥ ନେଇଥିଲେ । ପ୍ରତ୍ୟେକ ପୁରାତନ ଛାତ୍ର ପରବର୍ତୀ ସମୟରେ ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ କାର୍ଯ୍ୟ କଲେ ଏହା ପ୍ରକ୍ୟତ ସେବା ହେବ ବୋଲି ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ଏତଦବ୍ୟତିତ ଗରୀବ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ,ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ,ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ  କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଉପସ୍ଥିତ ବନ୍ଧୁମାନଙ୍କ ମଧ୍ୟରେ ମୃତ୍ୟଞ୍ଜୟ ସାହୁ, ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ, ସମାଜସେବୀ ଦିଲ୍ଲୀପ କୁମାର ମହାପାତ୍ର, ସାମ୍ବାଦିକ ଲଛମନ ନାୟକ,ଶାନ୍ତୁନ କୁମାର ଦାସ,ଦେବେନ୍ଦ୍ର କୁମାର ଦାଶ,ବିଜୟ କୁମାର ବଳିୟାରସିଂହ,ମାନସୀ ଖାଡ଼ଙ୍ଗା ,ଭାଗ୍ୟଲକ୍ଷ୍ମୀ ନରେନ୍ଦ୍ର ,ସଂଯୁକ୍ତା ବେହେରା,ଅଧ୍ୟାପକ ଭୁବନେଶ୍ୱର ନାୟକ,ଆର୍ତତ୍ରାଣ ନାୟକ, ସରୋଜ କୁମାର ତ୍ରିପାଠୀ,ସରପଂଚ ପବିତ୍ର କୁମାର ଦାଶ,ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର,ବସନ୍ତ ସେଠୀ,କମଳ ଲୋଚନ ତ୍ରିପାଠୀ, ପ୍ରଦୀପ ମାନସିଂହ,ନୀହାରବାଳା ମିଶ୍ର, ଭୀମସେନ ବେହେରା, ମୀନା ରାଉତରାୟ, ନେତ୍ରମଣୀ ଷଢଙ୍ଗୀ, ମମତା ମହାପାତ୍ର, ସତ୍ୟପ୍ରିୟା ଦାସ, ବାସନ୍ତୀ ମହାରଣା, ଉନ୍ମାଦିନୀ ରାଉତରାୟ, କୁସୁମ ମଙ୍ଗରାଜ, ସୁଷମା ସ୍ୱାଇଁ, ଅନୀତା ତ୍ରୀପାଠୀ, ଗୋଲାପ ପ୍ରଧାନ,ଡ଼ଲିରାଣୀ ବେହେରା, ଚନ୍ଦ୍ରକାନ୍ତ ପଟ୍ଟନାୟକ, ବିଜୟ କୁମାର ସାମନ୍ତରାୟ,ନକୁଳ ହରିଚନ୍ଦନ, ରାଜକିଶୋର ପ୍ରଧାନ, ପ୍ରସନ୍ନ ବେହେରା, ଧନେଶ୍ୱର ବେହେରା, କାଳନ୍ଦୀ ସାହୁ, ନିରଞ୍ଜନ ଭୋଳ, ଦୋଳଗୋବିନ୍ଦ ପ୍ରଧାନ, ଶ୍ରୀକାନ୍ତ ମିଶ୍ର, ଧନେଶ୍ୱର ପାଇକରାୟ, ଅଇଁଠା ମାଝି , ତୁଷାରକାନ୍ତ ମହାନ୍ତି, ନିତ୍ୟାନନ୍ଦ ମହତରାୟ, ବିରଂଚିନାରାୟଣ ମହାପାତ୍ର, ପ୍ରଭାତ ଦାସ,ବନମାଳୀ ମଙ୍ଗରାଜ, ଲକ୍ଷ୍ମୀଧର ଦାସ,ପ୍ରମୋଦ କର, ବେଣୁଧର ପ୍ରଧାନ, ବାସୁଦେବ ତ୍ରିପାଠୀ, ଶରତ କୁମାର ସାହୁ, ବିଶ୍ୱମ୍ବର ପାତ୍ର, ରବିନାରାୟଣ ଦାଶ, ରବିନ୍ଦ୍ର କୁମାର ପାଇକରାୟ, ସୁଧାଂଶୁ ଶେଖର ଦାଶ ଆଦି ଯୋଗଦେଇଥିଲେ । ଏହି ଅବସରରେ ବଣଭୋଜି ଆୟୋଜନ ସହ ବୃକ୍ଷରୋପଣର କାର୍ଯ୍ୟକ୍ରମ ହୋଇଥିଲା ।ସର୍ବଶେଷରେ ସମାଜସେବୀ ନଳୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେମିତି ଚାଲିଛି ମୋ ସରକାର : ଫୋନ୍ରେ ଲୋକଙ୍କ ସହ କଥାହେଲେ ପଂଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ଦୁର୍ନୀତିକୁ ସମୂଳେ ନାଶ କରିବା ସହ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି …

Leave a Reply

Your email address will not be published. Required fields are marked *