Tuesday , February 25 2020
Breaking News
Home / କ୍ରୀଡ଼ା / କ୍ରୀକେଟ ଖେଳୁଥିବା ବେଳେ କଲେଜଛାତ୍ରର ମୃତ୍ୟୁ

କ୍ରୀକେଟ ଖେଳୁଥିବା ବେଳେ କଲେଜଛାତ୍ରର ମୃତ୍ୟୁ

କେନ୍ଦ୍ରାପଡ଼ା, ୧୦/୦୨/୨୦୨୦ (ଓଡ଼ିଶା ସମାଚାର)-କ୍ରୀକେଟ ଖେଳୁଥିବା ବେଳେ ସୋମବାର ଅପରାହ୍ନ ପ୍ରାୟ ସାଢେ ଚାରିଟା ସମୟରେ ଜନୈକ କଲେଜଛାତ୍ରର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଡେରାବିଶି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ହିମାଂଶୁ ପ୍ରଧାନଙ୍କ କଲେଜ ପଢୁଆ ଏକମାତ୍ର ପୁଅ ସତ୍ୟବ୍ରତ ପ୍ରଧାନ(୧୮) ସୋମବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନ୍ୟସାଥିମାନଙ୍କ ସହିତ କ୍ରୀକେଟ ଖେଳରେ ବ୍ୟାଟିଂ କରି ରନ ନେବାକୁ ପିଚରେ ଦୌଡୁଥିବା ସମୟରେ ହଠାତ ତଳେ ମୁହଁମାଡି ପଡିଯିବା ସହ ବେହୋସ ହୋଇପଡିଥିଲେ । ୧୦୮ ଆମ୍ବୁଲାନ୍ସକୁ ଫୋନକରି ବିଫଳ ହେବା ପରେ ସତ୍ୟବ୍ରତଙ୍କୁ ସାଙ୍ଗମାନେ ଏକ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୋଲିସ ଖବରପାଇ ଶବ ଜବତ କରିବା ସହିତ ଘଟଣାସ୍ଥଳ ପରିଦର୍ଶନକରି ତଦନ୍ତ କରୁଥିବା ଟାଉନ ଥାନା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୨୫/୦୨/୨୦୨୦(ଓଡ଼ିଶା ସମାଚାର)-ମାନସିକ ଅବସାଦ ଗ୍ରସ୍ତହୋଇ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ସିଆରପିଏଫ ଚତୁର୍ଥ ବାଟାଲିୟନ ରେ …

Leave a Reply

Your email address will not be published. Required fields are marked *