ନିଶ୍ଚିନ୍ତକୋଇଲି ୨୮/୧୧/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ କୋଲଣପୁର ପଂଚାୟତ ଉପ-ନିର୍ବାଚନ ରେ ଅନ୍ୟତମ ପ୍ରାର୍ଥୀ ରୂପାଲିନ୍ ନାୟକ ମୋଟ୍ ୧୨୬୨ଖଣ୍ଡÿ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ନିରୁପମା ସାହୁ ୧୦୧୨ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଏଠାରେ ଉଲ୍ଲେଖନୀୟ ଯେ , ସରପଂଚ ପ୍ରଭାତୀ ଜେନାଙ୍କର ଗତ ୧୬.୦୩.୨୦୧୮ରେ ପରଲୋକ ହେବା ଯୋଗୁ ଗତ ୨୭ ତାରିଖରେ ଉପ-ଦିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ-ନିର୍ବାଚନରେ ୪ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ସରପଂଚ ଭାବେ ରୂପାଲିନଙ୍କ ବିଜୟ ପାଇଁ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ପଂଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ବିଜେଡ଼ି ଯୁବନେତା ଅଶୋକ ଓଝା, ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡ଼ି ନେତା ଯଚିନ୍ଦ୍ରନାଥ ଜେନା ପ୍ରମୁଖ ବିଜେଡ଼ିର ବହୁ ନେତା ସମର୍ଥକ ନବନିର୍ବାଚିତ ସରପଂଚ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କୁ ଏକ ଶୋଭାଯାତ୍ରାରେ ପଂଚାୟତା ପରିକ୍ରମା କରାଯାଇଥିଲା । ଓଡ଼ିଶା ସମାଚାର