Tuesday , January 28 2020
Breaking News
Home / କ୍ରୀଡ଼ା / କୋରଭସ୍ ଆମେରିକାନ୍ ଏକାଡେମୀ ଏବଂ ମାଚେଂଷ୍ଟର ସିଟି ଭାରତରେ ମିଳିତ ଭାବେ କାର୍ଯ୍ୟ କରିବେ

କୋରଭସ୍ ଆମେରିକାନ୍ ଏକାଡେମୀ ଏବଂ ମାଚେଂଷ୍ଟର ସିଟି ଭାରତରେ ମିଳିତ ଭାବେ କାର୍ଯ୍ୟ କରିବେ

ଭୁବନେଶ୍ୱର ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଆଥଲେଟ୍ ବୋର୍ଡିଂ ସ୍କୁଲ ଭାବେ କାର୍ଯ୍ୟ କରୁଥିବା କୋରଭସ୍ ଆମେରିକାନ୍ ଏକାଡେମୀ ବିଶ୍ୱର ଖ୍ୟାତି ସମ୍ପନ୍ନ ଇଂଲିଶ୍ ପ୍ରିମିୟର ଲିଗ୍ ଚାମ୍ପିୟନ୍ ମାଚେଂଷ୍ଟର ସିଟି ଫୁଟବଲ କ୍ଲବ୍ ମଧ୍ୟରେ ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ଚୁକ୍ତି ଅନ୍ତର୍ଗତ କୋରଭସ୍ ଏକାଡେମୀର ୬ରୁ ୧୨ ଗ୍ରେଡ୍ ଆଥଲେଟ୍ ଙ୍କୁ ଫୁଟବଳ ସମ୍ପର୍କିତ କୋଚିଂ ଉପଲବ୍ଧ କରାଯିବ ।
ଏହି ଅବସରରେ କୋରଭସ୍ ଆମେରିକାନ୍ ଏକାଡେମୀର ପ୍ରତିଷ୍ଠାତା ତଥା ସିଇଓ କୁନାଲ୍ ମାରିଆ କହିଲେ, ମାଚେଂଷ୍ଟର ସିଟି କୋରଭସ୍ ଏକାଡେମୀର ଯୁବ ପ୍ରତିଭାଙ୍କୁ ଫୁଟବଲ ଖେଳର ବିଭିନ୍ନ ଦକ୍ଷତା ଶିକ୍ଷା ଦେବାକୁ ସକ୍ଷମ ହୋଇପାରିବ । ଏହା ଦ୍ୱାରା ଯୁବ ପ୍ରତିଭାମାନଙ୍କ ପାଇଁ ବହୁବିଧ ସୁଯୋଗ ମିଳିପାରିବ । ସେମାନେ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ସକ୍ଷମ ହେବେ । ଏହା ଭାରତର ବିଭିନ୍ନ ସ୍କୁଲରେ ମଧ୍ୟ ଉପଲବ୍ଧ କରାଯାଇ ପାରିବ । ଯାହାଦ୍ୱାରା ପରବର୍ତୀ ଯୁବପିଢ଼ି ବେଶ୍ ଉପକୃତ ହୋଇପାରିବେ ।
ଏହି ଅବସରରେ ସିଟି ଫୁଟବଲ ଗ୍ରୁପ୍ର ଫୁଟବଲ ଏଜୁକେଶନ୍ ନିର୍ଦ୍ଧେଶକ ଜୋରଗିନା ବସକ୍ୱେଟ୍ କହିଲେ, କୋରଭସ୍ ଏକାଡେମୀ ଏବଂ ମାଚେଂଷ୍ଟର ସିଟି ଫୁଟବଲ ମିଳିତ ଭାବେ କାର୍ଯ୍ୟ କରିବା ଦ୍ୱାରା ଭାରତରେ ଫୁଟବଲର ଭବିଷ୍ୟତ ବେଶ୍ ଉଜ୍ୱଳ ହେବାର ଆଶା ରହିଛି । ଆମେ କୋରଭସ୍ ଏକାଡେମୀରେ ଖେଳାଳିମାନଙ୍କୁ ତାଲିମ୍ ଦେଇ ବେଶ୍ ଆନନ୍ଦିତ ହେବୁ ।
ଏହି ଚୁକ୍ତି ଦ୍ୱାରା ଭାରତର ଫୁଟବଲ ପ୍ରତିଭା ମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ଆଥଲେଟ୍ ସହିତ ସେମାନେ ଫୁଟବଲ କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିପାରିବେ । ଏଠାରେ ଉଭୟ ବାଳକ ଏବଂ ବାଳିକା ଖେଳାଳିମାନଙ୍କ ୫ଟି ସ୍ତରରେ ତାଲିମ୍ ଦିଆଯିବ । ହସଖୁସି ତଥା ଖେଳ କୌତୁକ ମଧ୍ୟରେ ସେମାନଙ୍କୁ ଫୁଟବଲ ଖେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, କୋରଭସ୍ ଆମେରିକାନ୍ ଏକାଡେମୀ ମହାରାଷ୍ଟ୍ରର କାରଜାଟାଠାରେ ୪୪ ଏକର ପରିମିତ ଜମି ଉପରେ ନିର୍ମିତ ହୋଇଛି । ଏଠାରେ ୫ରୁ ୧୨ଗ୍ରେଡ୍ ଶିକ୍ଷାର୍ଥୀଙ୍କୁ ଆଥଲେଟ୍ ତାଲିମ୍ ଦିଆଯାଇଥାଏ । ଏହାର ୨୦୨୦ ସେପ୍ଟେମ୍ବରରେ ନାମ ଲେଖାହେବ । ଏଥି ପାଇଁ ବିଜ୍ଞପ୍ତି ଡିସେମ୍ବର ୨୦୧୯ରେ ପ୍ରକାଶ ପାଇବ ।
ସେହିପରି ଇଂଲିଶ୍ ପ୍ରିମିୟର ଲିଗ୍ ଚାମ୍ପିୟନ୍ ମାଚେଂଷ୍ଟର ସିଟି ଫୁଟବଲ କ୍ଲବ୍ ୧୮୮୦ରେ ସେଂଟ୍ ମାର୍କସ୍ ୱେଷ୍ଟ ଗୋରଟୋନ୍ରେ ସ୍ଥାପିତ ହୋଇଥିଲା । ୧୮୯୪ରେ ଏହା ଅଫିସିଆଲି ମାଚେଂଷ୍ଟର ସିଟି ଫୁଟବଲ କ୍ଲବ୍ ଭାବେ ନାମିତ ହୋଇଥିଲା । ୨୦୧୨,୨୦୧୪, ୨୦୧୮ ଏବଂ୨୦୧୯ରେ ଏହା ଲିଗ୍ ଟାଇଟଲ ହାସଲ କରିଛି । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *