Thursday , September 19 2019
Breaking News
Home / ତାଜା ଖବର / କୋକସରା ଗ୍ରାମ ବିଲ ହୁଡା ଗଛରୁ ଝୁଲନ୍ତା ଶବ ଉଦ୍ଧାର

କୋକସରା ଗ୍ରାମ ବିଲ ହୁଡା ଗଛରୁ ଝୁଲନ୍ତା ଶବ ଉଦ୍ଧାର

କଳାହାଣ୍ଡି , ୧୯/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ଏକ ବିଲ ହୁଡାରେ ଥିବା ଗଛରୁ ଏକ ଝଲନ୍ତା ଶବ କୋକସରା ପୋଲିସ ଉଦ୍ଧାର କରିଛି । ଏହି ଶବ ଟି ସ୍ଥାନୀୟ ନିବାସୀ ଡମ୍ବରୁ ବାଗ (୫୦)ଙ୍କର ବୋଲି ଜଣା ପଡିଛି । ମୃତ ଶ୍ରୀ ବାଗ ଗତ ରାତିରେ ପରିବାର ସହ ରାତ୍ରି ଭୋଜନ ସାରି ଘରେ ଶୋଇଥିଲେ । ପରଦିନ ସକାଳୁ ପୁଅ ଡମ୍ବରୁ ବାଗ (୨୨) ହୁଡା ରାସ୍ତାରେ ଶୌଚ କରିବାକୁ ଯିବାବେଳେ ବାପାଙ୍କ ଶବ ଗଛରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଥାନାକୁ ଯାଇ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ସ୍ଥାନୀୟ କୋକସରା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନାହିଁ । ଥାନା ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ତଦନ୍ତ ଜାରି ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ପଟ୍ଟାମୁଣ୍ଡାଇ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା ପ୍ରକାଶ ପାଇଛି । ମିଳିଥିବା ତାଜା …

Leave a Reply

Your email address will not be published. Required fields are marked *