Thursday , September 19 2019
Breaking News
Home / ବିଶେଷ / କୋଇଲା ସଙ୍କଟ ଯୋଗୁଁ ଅନ୍ଧାର ହେବ ଓଡ଼ିଶା !

କୋଇଲା ସଙ୍କଟ ଯୋଗୁଁ ଅନ୍ଧାର ହେବ ଓଡ଼ିଶା !

ଟିଟିପିଏସ୍ର ୫ଟି ୟୁନିଟ୍ ବନ୍ଦ୍
ଅନୁଗୁଳ , ୦୫/୦୮/୨୦୧୯(ଓଡ଼ିଶା ସମାଚାର)- ତାଳଚେର ଭରତପୁର କୋଇଲା ଖଣିରେ ଶ୍ରମିକ ମୃତ୍ୟୁକୁ ନେଇ ଆନ୍ଦୋଳନ ଯୋଗୁଁ ୧୪ ଦିନ ହେଲା ତାଳଚେରର ସମସ୍ତ ୮ଟି କୋଇଲା ଖଣି ବନ୍ଦ ରହିଛି । ଫଳରେ ବିଦ୍ୟୁତ ଉତ୍ପାଦନରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । କଣିହାଁସ୍ଥିତ ଏନ୍ଟିପିସି ପରେ ଏବେ ତାଳଚେରସ୍ଥିତ ଟିଟିପିଏସ୍ରେ ସମସ୍ୟା ଦେଖା ଦେଇଛି । ଏନ୍ଟିପିସିରେ କୋଇଲା ଅଭାବରୁ ୬ଟି ୟୁନିଟ ମଧ୍ୟରୁ ଏବେ ୪ଟି ୟୁନିଟ ବନ୍ଦ ହୋଇଯାଇଛି । ଫଳରେ ଦକ୍ଷିଣ ପୂର୍ବ ଭାରତରେ ବିଦ୍ୟୁତ୍ ସଙ୍କଟ ଦେଖା ଦେଇଛି । ଚାଲୁଥିବା ଆଉ ୨ଟି ୟୁନିଟ ମଧ୍ୟ ବନ୍ଦ ହେବାର ପରିସ୍ଥିତି ଉପୁଜିଛି । କୋଇଲା ସଙ୍କଟ ଯୋଗୁଁ ତାଳରେ ଥର୍ମାଲ ପାୱାର ଷ୍ଟେସନ୍ ବା ଟିଟିପିଏସ ମଧ୍ୟ ବନ୍ଦ ହେବା ଅବସ୍ଥାରେ ପହଂଚିଛି । ଟିଟିପିଏସରେ ମୋଟ ୬ଟି ବିଦ୍ୟୁତ୍ ଉତ୍ପାଦନ ୟୁନିଟ ରହିଛି । ଗୋଟିଏ ୟୁନିଟରୁ ଦୈନିକ ୧୧୦ ମେଗାୱାଟ୍ ଲେଖାଏଁ ୨ଟି ୟୁନିଟରୁ ୨୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । ଅନ୍ୟ ୪ଟି ୟୁନିଟରୁ ଦୈନିକ ୬୦ ମେଗାୱାଟ୍ ହିସାବରେ ୨୪୦ ମେଗାୱାଟ୍ ବିଦ୍ୟୁତ୍ ମିଳିଥାଏ । ସେହି ହିସାବରେ ଟିଟିପିଏସର ୬ଟି ୟୁନିଟରୁ ଦୈନିକ ମୋଟ ୪୬୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । ଏହି ଟିଟିପିଏସ ପ୍ଳାଂଟ ପୂର୍ବରୁ ଓଡ଼ିଶା ସରକାରଙ୍କର ଥର୍ମାଲ ପାୱାର ପ୍ଳାଂଟ ଥିଲା । ଏହାକୁ ରାଜ୍ୟ ସରକାରଙ୍କର ଶକ୍ତି ବିଭାଗ ଚଳାଉଥିଲା । କିନ୍ତୁ ପରବର୍ତିିର୍ ସମୟରେ ଏହାକୁ କେନ୍ଦ୍ର ସରକାର ହାତକୁ ନେଇ ଟିଟିପିଏସ ନାମରେ ନାମକରଣ କରି ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚୁକ୍ତି ଅନୁସାରେ ଏହି ପ୍ଳାଂଟରୁ ଯାହା ବିଦ୍ୟୁତ୍ ଉତ୍ପାଦନ ହୁଏ, ସେଥିରୁ ଏକ ବଡ଼ ଅଂଶ ଓଡ଼ିଶାକୁ ମିଳିଥାଏ । କିନ୍ତୁ ୧୩ ଦିନ ହେବ କୋଇଲା ଅଭାବରୁ ଏହି ପ୍ଳାଂଟର ୬ଟି ୟୁନିଟ ମଧ୍ୟରୁ ୫ଟି ୟୁନିଟ ବନ୍ଦ ହୋଇ ଯାଇଛି । ଆଉ ମାତ୍ର ଗୋଟିଏ ୟୁନିଟ ଚାଲୁଛି । ସେଥିରୁ ଦୈନିକ ମାତ୍ର ୬୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି; ଯାହା ସମୁଦ୍ରକୁ ଶଙ୍ଖେ ଭଳି । ସେହି ୬୦ ମେଗାୱାଟ୍ ବିଦ୍ୟୁତ୍ ଅନୁଗୁଳ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଛି । ତେଣୁ ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଗଲାଣି । ଏହି ୬ଟି ୟୁନିଟ ଚାଲିବା ପାଇଁ ଆବଶ୍ୟକ ପଡ଼ିଥାଏ । କିନ୍ତୁ ଏବେ ଏହି ପ୍ଲାଂଟକୁ ଖଣ୍ଡିଏ ବି କୋଇଲା ଆସିପାରୁନାହିଁ । ପ୍ଳାଂଟର ଷ୍ଟକୟାର୍ଡରେ ମହଜୁଦ ଥିବା ସବୁ କୋଇଲା ସରିଗଲାଣି । ଏଠାରେ ମହଜୁଦ ଥିବା ୧୯ ହଜାର ମେଟ୍ରିକ ଟନ୍ କୋଇଲା ବର୍ଷାଯୋଗୁଁ ସମ୍ପୁର୍ଣ୍ଣ ଓଦା ହୋଇଯାଇଛି । ତେଣୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଦିନେ ଦୁଇ ଦିନ ମଧ୍ୟରେ କୋଇଲା ନ ଆସିଲେ ଏହି ପ୍ଳାଂଟରେ ଚାଲୁଥିବା ଶେଷ ଗୋଟିଏ ୟୁନିଟ୍ ମଧ୍ୟ ବନ୍ଦ ହୋଇଯିବ । ଫଳରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ଯୋଗୁଁ ଓଡ଼ିଶା ମଧ୍ୟ ଅନ୍ଧାରକୁ ଚାଲିଯିବ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *