Thursday , November 14 2019
Breaking News
Home / ବିଶେଷ / କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ରେଳଷ୍ଟେସନ ଡାକସେବା କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ଛଳନାପୂର୍ଣ୍ଣ କାର୍ଯ୍ୟକଳାପକୁ ତୀବ୍ର ଭାବେ ନିନ୍ଦା କରାଯାଇଥିଲା । ରାଜ୍ୟ ସମ୍ପାଦକ ରବୀନ୍ଦ୍ର ନାଥ ଧଳ ସରକାରଙ୍କ ଶ୍ରମିକ ଓ ଜନବିରୋଧୀ ନୀତିର ସମାଲୋଚନା କରି ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ଏକ ଧପ୍ପାବାଜ କଥା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ଧଳ ଅଭିଯୋଗ କରିଥିଲେ । ଆୟୋଜିତ ପ୍ରତିବାଦ ସଭାରେ କେନ୍ଦ୍ର କର୍ମଚାରୀଙ୍କ ରାଜ୍ୟ ସଭାପତି ମୋହିନୀ ମୋହନ ସାମଲ ଅଧ୍ୟକ୍ଷତା କରିଥିବାବେଳେ ଡାକ, ରେଳଡ଼ାକ ଅବସରପ୍ରାପ୍ତ କର୍ମଚାରୀ ସଂଘର ରାଜ୍ୟ ଉପସଭାପତି ହେମନ୍ତ କୁମାର ମହାନ୍ତି, ସିଟୁ କଟକ ଜିଲ୍ଲା ସଭାପତି ରବିନାରାୟଣ ମଲ୍ଲିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ କର୍ମଚାରୀମାରଣ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନକୁ ଦୃଢ଼ ବିରୋଧ କରିଥିଲେ । ଅନ୍ୟପକ୍ଷରେ କେନ୍ଦ୍ର କର୍ମଚାରୀ ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ନୂତନ ପେନସନ୍ ସ୍କିମ୍ ବାତିଲ କରି ପୁରୁଣା ପେନସନ୍ ସ୍କିମ ଲାଗୁ କରିବା, ୨୦୦୪ ମସିହା ଜାନୁଆରୀ ୧ତାରିଖ ପରେ ଚାକିରିରେ ଯୋଗଦେଇଥିବା ସମସ୍ତ କର୍ମଚାରୀଙ୍କୁ ଅବସର ପରେ ଶେଷ ମୂଳଦରମାର ୫୦ପ୍ରତିଶତ ପ୍ରଦାନ ନିମନ୍ତେ ଗ୍ୟାରେଂଟି ଦେବା, ୨୦୧୬ ମସିହା ଜୁନ୍ ୩୦ତାରିଖରେ ଗ୍ରୁପ୍ ଅଫ ମିନିଷ୍ଟରମାନେ ଏନଜେସିଏର ନେତାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା, ରେଳବାଇ, ପ୍ରତିରକ୍ଷା ଏବଂ ଡାକ ବିଭାଗରେ ଘରୋଇକରଣ ତଥା କର୍ପୋରେଟାଇଜେସନ୍ ବନ୍ଦ କରିବା, ଭାରତ ସରକାରଙ୍କ ପ୍ରିନ୍ଟିଂପ୍ରେସ୍ ସବୁ ବନ୍ଦ କରିବା ପ୍ରସ୍ତାବ ପ୍ରତ୍ୟାହାର କରିବା, ଭାରତ ସରକାରଙ୍କ ଲବଣ ବିଭାଗ ବନ୍ଦ କରିବା ପ୍ରସ୍ତାବରୁ କ୍ଷାନ୍ତ ରହିବା, ସରକାରୀ ସଂସ୍ଥାଗୁଡ଼ିକୁ ବନ୍ଦ ବରିବା ପ୍ରସ୍ତାବରୁ ନିବୃତ ରହିବା, ଆଉଟ୍ ସୋର୍ସିଂ ବନ୍ଦ କରିବା, ଖାଲିଥିବା ୬ଲକ୍ଷ ପଦବୀ ପୁରଣ କରିବା, ୭ମ ବେତନ କମିଶନର ୱେଜ୍ ରିଭିଜନ୍ ଏବଂ ପେନସନ ରିଭିଜନ୍ ବାକିିଥିବା ଅଟୋନୋମୋସ ବଡିଜ୍ ମାନଙ୍କରେ ଲାଗୁ କରାଯିବା ଆଦି ଦାବି ଅନ୍ତର୍ଭୁକ୍ତ । ଓଡ଼ିଶା ସମାଚାର

About admin

Check Also

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ …

Leave a Reply

Your email address will not be published. Required fields are marked *