Wednesday , December 11 2019
Home / ବିଶେଷ / କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍

କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍

ଭୁବନେଶ୍ୱର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଓ ଅନ୍ୟ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ରୟତବନ୍ଧୁ, ମୁଖ୍ୟମନ୍ତ୍ରୀ କୃଷି ଓ ପିଏମ୍ କିଷାନ ଯୋଜନା ଲାଗୁ କରାଯାଇଥିବାରୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି । ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଯୋଜନାକୁ ଲାଗୁକରାଯାଇଥିବା ଅଭିଯୋଗ କରି ପୁଲା ରାଓ ନାମକ ଜଣ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଲା ରାଓଙ୍କ ଆବେଦନ ପରେ ସୁପ୍ରିମ୍କୋର୍ଟ ରାଜ୍ୟ ସରକାର ସମେତ କେନ୍ଦ୍ର ସରକାରଙ୍କୁ ଏନେଇ ନୋଟିସ୍ କରିଛନ୍ତି । କେବଳ କାଳିଆ ନୁହେଁ ପିଏମ୍ କିଷାନ୍, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଭଳି ଯୋଜନାକୁ ନେଇ ରାଜନୀତିକରଣ କରାଯାଇଥିବା କଥା ଆବେଦନରେ ଦର୍ଶାଯାଇଛି । ସେ ଲେଖିଛନ୍ତି ଯେ ନିର୍ବାଚନର ଠିକ୍ ପୂର୍ବରୁ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରିବା ସହ ଏକ ମୁକ୍ତ ଓ ଅବାଧ ନିର୍ବାଚନକୁ ନିରୁତ୍ସାହିତ କରୁଛି । ସେ ଏଭଳି ଯୋଜନାକୁ ନିର୍ବାଚନର ୬ମାସ ପୂର୍ବରୁ ଲାଗୁ ନକରାଇବା ପାଇଁ ନୂଆ ପ୍ରାବଧାନର ଦାବି କରିଛନ୍ତି । ପୁଲା ରାଓଙ୍କ ଆବେଦନ ପରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ସମେତ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସେ ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *