Saturday , December 7 2019
Home / ଶିକ୍ଷା / କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଲିଙ୍ଗତ ସଚେତନତା ଓ ସମ୍ବେଦନଶୀଳତା କର୍ମଶାଳା

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଲିଙ୍ଗତ ସଚେତନତା ଓ ସମ୍ବେଦନଶୀଳତା କର୍ମଶାଳା

ସୁନାବେଡ଼ା, ୦୧/୧୨/୨୦୧୯(ଓଡ଼ିଶା ସମାଚାର)- ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏହାର ଆଭ୍ୟନ୍ତରୀଣ ଅଭିଯୋଗ ସମିତି ପକ୍ଷରୁ ଲିଙ୍ଗତ ସଚେତନତା ଓ ସମ୍ବେଦନଶୀଳତା ସଂକ୍ରାନ୍ତ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରତକୁମାର ପାଲିତ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟା ନମ୍ରତା ଚଢ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ପାଲିତ ନିଜ ଉଦଘାଟନୀ ଅଭିଭାଷଣରେ ମାନବ ସମାଜ ପ୍ରତିଷ୍ଠା କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ମାଁ ଦୁର୍ଗାଙ୍କ ସହ ତୁଳନା କରିଥିଲେ । ଏହି କର୍ମଶାଳାରେ ଆଲୋଚିତ ବିଭିନ୍ନ ବିଷୟ ନାରୀଯୁକ୍ତି ନିମନ୍ତେ ମହାତ୍ମାଗାନ୍ଧିଙ୍କ ସ୍ୱପ୍ନକୁ ବାସ୍ତବ ରୂପ କରିବାରେ ବିଶେଷ ସହାୟକ
ହେବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ନମ୍ରତା ଚଢ଼ା ନିଜ ବକ୍ତବ୍ୟରେ କର୍ମକ୍ଷେତ୍ରରେ ନାରୀଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡନ, ଲିଙ୍ଗଗତ ଭେଦଭାବ, ଉଦାହରଣ ସହ ସେମାନଙ୍କ ଉପରେ ହେଉଥିବା ପାଶବିକ ଅତ୍ୟାଚାର, ଶାରୀରିକ, ସାମାଜିକ, ଅର୍ଥନୈତିକ ଶୋଷଣ ଓ ଅତ୍ୟାଚାର ସମ୍ବନ୍ଧରେ ଆଲୋକପାତ କରିବା ସହ ନାରୀ ସଶକ୍ତିକରଣକୁ ସମର୍ଥନ କରୁଥିବା ବିଭିନ୍ନ ଆଇନ ଓ ବିଧିର ଢାଂଚା ସମ୍ପର୍କରେ ଏବଂ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କୁଳସଚିବ ପ୍ରଫେସର ଏ.କେ. ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗର୍ଭବତୀଙ୍କ ଦୁର୍ଦ୍ଦଶା ସମ୍ବନ୍ଧରେ ନିଜ ଅନୁଭୂତି ପ୍ରକାଶ କରିବା ସହ ମାନବ ସମାଜରେ ସ୍ଥାୟୀତ୍ୱ ନିମନ୍ତେ ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ପରସ୍ପର ସମ୍ମାନ ରହିବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ । କର୍ମଶାଳା ଆୟୋଜନରେ ଡ.ମୀନତି ସାହୁ, ଡ. ଶତାଦ୍ଦୀ ବେହେରା ଓ ବିଜୟାନନ୍ଦ ପ୍ରଧାନ, ଡ. ସୌରଭ ଗୁପ୍ତା, କରିସ୍ମା ରଣା, ଲକ୍ଷ୍ମୀପ୍ରିୟା ହାତୀ, ଜଗତ ପାତ୍ର ଓ ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସକ୍ରିୟ ସହଯୋଗ କରିଥିବା ବେଳେ ସମିତି ସଦସ୍ୟା ଡ. ନୁପୁରୁ
ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ମଙ୍ଗଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ଗ୍ରାମବାସୀ ଙ୍କ ବିରୋଧ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷାଜିଲ୍ଲା ଅଧିନରେ ଯାଉଥିବା ଇସାଣିବ୍ରହ୍ନପୁର ପଂଚାୟତର ଖେଂଟାଳ ଗ୍ରାମରେ ଅବସ୍ଥିତ ବଳରାମ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ …

Leave a Reply

Your email address will not be published. Required fields are marked *