Friday , October 18 2019
Breaking News
Home / ବିଶେଷ / କେନ୍ଦ୍ରୀୟ ବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରୀୟ ବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ

ନବରଙ୍ଗପୁର, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରୀୟ ବିଦ୍ୟାଳୟରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମଂଟୁକୁମାର ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ‘ଫିଟ ଇଣ୍ଡିଆ ଫ୍ଲାଗିଂରନ ର ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ ବିଦ୍ୟାଳୟ ପରିସର ଓ ମୁଖ୍ୟରାସ୍ତାରେ ଥିବା ପ୍ଲାଷ୍ଟିକ ଆବର୍ଜନା ସଫା କରିଥିଲେ । ପ୍ଲାଷ୍ଟିକ ବନ୍ଦ୍ ପାଇଁ ନବରଙ୍ଗପୁର ସହରରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ବିଦ୍ୟାଳୟର ପିଟିଏ ସମ୍ପାଦକ ବାଙ୍କବିହାରୀ ବିଷୋୟୀ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଦସ୍ୟା ମୋନାଲିସା ମହାନ୍ତି , ଶିକ୍ଷକ ନୀରଜ ସିଂ, ଅକ୍ଷୟକୁମାର ପ୍ରଧାନ, ଯୋଗେଶ କୁମାର, ଶିକ୍ଷୟିତ୍ରୀ ଅଲକା ଅସଗର ଓ ଉମେହାନି ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *