Friday , February 28 2020
Breaking News
Home / ବିଶେଷ / କେନ୍ଦ୍ରାପଡ଼ା ଜିଲାରେ ଫେବୃଆରୀ ମାସର ମିଳିତ ଜନ ଅଭିଯୋଗ ଶୁଣାଣୀ ଓ ମହା ସମାଧାନ ଶିବିର

କେନ୍ଦ୍ରାପଡ଼ା ଜିଲାରେ ଫେବୃଆରୀ ମାସର ମିଳିତ ଜନ ଅଭିଯୋଗ ଶୁଣାଣୀ ଓ ମହା ସମାଧାନ ଶିବିର

କେନ୍ଦ୍ରାପଡ଼ା, ୨୮/୦୧/୨୦୨୦(ଓଡ଼ିଶା ସମାଚାର)- ଆସନ୍ତା ଫେବୃଆରୀ ୨୦୨୦ ପାଇଁ ଜିଲା ପ୍ରଶାସନର ନିର୍ଦ୍ଧାରିତ ଜନ ଶୁଣାଣୀ ଶିବିର ନିମ୍ନ ଲିଖିତ ସ୍ଥାନରେ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ । ଏହି ଜନ ଶୁଣାଣୀ ଶିବିର ଓ ମହା ସମାଧାନ ଶିବିରରେ ଜିଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନିତୀ ଶେଖର ଜନସାଧାରଣଙ୍କ ଆପତି ଅଭିଯୋଗର ଶୁଣାଣୀ କରିବେ । ଏହି ସମୟରେ ଜିଲାସ୍ତରୀୟ ଅଧିକାରୀ , ସମ୍ପୃକ୍ତ ଅଂଚଳର ବିଡ଼ିଓ ଓ ତହସିଲଦାରମାନେ ଉପସ୍ଥିତ ରହି ଜନ ଶୁଣାଣୀରେ ସହଯୋଗ କରିବେ । ୩ ଫେବୃଆରୀ ଦିବା ୧୦ ଟା ଜିଲାପାଳଙ୍କ ସମ୍ମିଳନୀ କକ୍ଷ , ୧୦ ଫେବୃଆରୀ ସାଢ଼େ ୧୦ ଟା ମାର୍ଶାଘାଇ ବ୍ଲକ୍ କାର୍ଯ୍ୟାଳୟ,୧୭ ଫେବୃଆରୀ ସାଢ଼େ ୧୦ ଟା ଆଳି ବ୍ଲକ୍ କାର୍ଯ୍ୟାଳୟ , ୨୪ ଫେବୃଆରୀ ସାଢ଼େ ୧୦ ଟା ମହାକାଳପଡ଼ା ବ୍ଲକ୍ କାର୍ଯ୍ୟାଳୟ ରେ ଜନ ଶୁଣାଣୀ ଅନୁଷ୍ଠିତ ହେବ । ସମ୍ପୃକ୍ତ ଅଂଚଳର ଜନସାଧାରଣ ସେମାନଙ୍କର ସମସ୍ୟା, ଆପତି ଅଭିଯୋଗ ସମ୍ପର୍କରେ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ହୋଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇ ପାରିବେ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *