Monday , December 9 2019
Breaking News
Home / ବିଶେଷ / କେନ୍ଦ୍ରାପଡ଼ା କେନାଲର ହରିଚନ୍ଦନପୁରଠାରେ କେନାଲବନ୍ଧରେ ୨ଫୁଟର ଘାଇ, ୧୦ଫୁଟ କେନାଲବନ୍ଧ ଧସିଲା

କେନ୍ଦ୍ରାପଡ଼ା କେନାଲର ହରିଚନ୍ଦନପୁରଠାରେ କେନାଲବନ୍ଧରେ ୨ଫୁଟର ଘାଇ, ୧୦ଫୁଟ କେନାଲବନ୍ଧ ଧସିଲା

ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – କେନ୍ଦ୍ରାପଡ଼ା କେନାଲରେ ପାଣି ଆସୁ ଆସୁ କେନାଲବନ୍ଧ ଦୁର୍ବଳ ଥିବା କାରଣରୁ ସ୍ଥାନୀୟ ହରିଚନ୍ଦନପୁର ଗ୍ରାମ ନିକଟରେ କେନାଲବନ୍ଧରେ ଦୁଇଫୁଟର ଘଳିଆ ସୃଷ୍ଟି ହୋଇଥିବାବେଳେ ୧୦ଫୁଟରୁ ଉଦ୍ଧ୍ୱର୍ କେନାଲବନ୍ଧ ଦବିଯିବା ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ପ୍ରକାଶ ଯେ ଚଳିତ ବର୍ଷ ଧାନ ଫସଲ ପାଇଁ କେନ୍ଦ୍ରାପଡ଼ା କେନାଲରେ ପାଣି ଛଡାଯିବା ଯୋଗୁ କେନାଲ ପାଣିରେ ଭରପୂର ହୋଇଉଠିଛି । ଫଳରେ ହରିଚନ୍ଦନପୁର ନିକଟରେ କେନାଲର ଦକ୍ଷିଣ ପାଶ୍ୱର୍ରେ ୨ଫୁଟର ଘାଇ ହେବା ସହ କେନାଲବନ୍ଧ ୧୦ଫୁଟ ଧସିଯାଇଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖବର ପାଇ ସ୍ଥାନୀୟ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଓ ମାଟି ପକାଯାଇ ଘଳିଆକୁ ବନ୍ଦ କରାଯାଇଥିବାବେଳେ ଧସିଯାଇଥିବା କେନାଲବନ୍ଧକୁ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଦୀର୍ଘବର୍ଷ ଧରି କେନାଲବନ୍ଧ କାମ ଏହି ସ୍ଥାନରେ ହୋଇନଥିବାରୁ କେନାଲବନ୍ଧଟି ଦୁର୍ବଳ ହୋଇପଡିଛି । ଫଳରେ ନିର୍ଦ୍ଦିଷ୍ଟ ଏହି ସ୍ଥାନରେ ବାରମ୍ବାର ଘଳିଆ ସୃଷ୍ଟି ହୋଇ ଚାଷଜମି ଜଳମଗ୍ନ ହେଉଥିବାର ମଧ୍ୟ ନଜିର ରହିିଛି । ଗତବର୍ଷ ଏହି ସ୍ଥାନରେ ଘଳିଆ ପଡି ଚାଷଜମିରେ ପାଣିରେ ବୁଡ଼ିଯାଇଥିବାବେଳେ ଜଳସେଚନ ବିଭାଗ ପକ୍ଷରୁ ନାମକୁ ମାତ୍ର ଘଳିଆ ମରାମତି କରାଯାଇଥିଲା । କେନାଲବନ୍ଧ ଦୁର୍ବଳ ଥିଲେ ମଧ୍ୟ ଏହି ସ୍ଥାନରେ ବନ୍ଧର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାନଯାଇ ନାମକୁ ମାତ୍ର ମାଟି ବାଲି ପକାଇ ଧର୍ମକୁ ଆଖିଠାର ମାରିଲାଭଳି କାର୍ଯ୍ୟ କରାଯାଇ ବିଲ୍ କରି ବ୍ୟାପକ ଅର୍ଥ ଆତ୍ମସାତ୍ କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦ୍ରାପଡ଼ା କେନାଲର ଉଭୟ ପାଶ୍ୱର୍ ବନ୍ଧ ବାରବୋଡ଼ିଆ ଠାରୁ କୋଲଣପୁର ପର୍ଯ୍ୟନ୍ତ ଦୁର୍ବଳ ଥିଲେ ମଧ୍ୟ ଏହାକୁ ମରାମତି କରାଯାଉନାହିଁ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଦୁର୍ବଳ ଥିବା ସ୍ଥାନରେ ବନ୍ଧଗୁଡିକୁ ମରାମତି କରିବାପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ମାହାଙ୍ଗା ରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା , ୦୯/୧୨/୨୦୧୯(ଓଡିଶା ସମାଚାର /ଅଭୟ ଜେନା) :ମୂଲ୍ୟବୋଧ ଭିତିକ ସମାଜସେବା ଏବଂ ନୀତିନିଷ୍ଠ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇ …

Leave a Reply

Your email address will not be published. Required fields are marked *