Thursday , September 19 2019
Breaking News
Home / ବିଶେଷ / କେନ୍ଦ୍ରାପଡ଼ା କେନାଲରେ ବାରମ୍ବାର ଘଳିଆ

କେନ୍ଦ୍ରାପଡ଼ା କେନାଲରେ ବାରମ୍ବାର ଘଳିଆ

ସାଲେପୁର, ୧୪/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା)-  କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଦୁଇସପ୍ତାହ ମଧ୍ୟରେ ୬ରୁ ଉଦ୍ଧ୍ୱର୍ ଜାଗାରେ ଘଳିଆ ପଡ଼ିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଳସଂପଦ ବିଭାଗର ବେପରୁଆ ନୀତି ଯୋଗୁ ଏହି ଘଳିଆ ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଜି କେନ୍ଦ୍ରାପଡ଼ା କେନାଲର ବାମ ପାଶ୍ୱର୍ ବନ୍ଧ କାଠାହାର ନିକଟରେ  ଏକ ବିରାଟ ଘଳିଆ ପଡିଛି । ଘଳିଆ ବନ୍ଦ ପାଇଁ ଜଳସଂପଦ ବିଭାଗ ପକ୍ଷରୁ  ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘଳିଆ ବନ୍ଦ ହୋଇନଥିବା ଜଣାପଡିଛି । ବାରମ୍ବାର ଘଳିଆ ପଡ଼ିବା ଯୋଗୁ ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଦୀର୍ଘ ୩ବର୍ଷ ଧରି କାଠାହାର ଠାରୁ ହରିଚନ୍ଦନପୁର ମଧ୍ୟରେ ବାରମ୍ବାର ଉଭୟ ପାଶ୍ୱର୍ ବନ୍ଧରେ ଘଳିଆ ପଡ଼ି ଚାଷଜମି ଓ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି । କାଠାହାର ଠାରୁ ହରିଚନ୍ଦନପୁର ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା କେନାଲବନ୍ଧର ଉଭୟ ପାଶ୍ୱର୍ ଦୁର୍ବଳ ଥିବାରୁ ଏହି ଅଂଚଳରେ ବାରମ୍ବାର ଘଳିଆ ପଡୁଛି । କିନ୍ତୁ ଜଳସଂପଦ ବିଭାଗ ପକ୍ଷରୁ ଏହି ଦୁର୍ବଳ କେନାଲବନ୍ଧକୁ ମରାମତି କରିବାପାଇଁ ସ୍ଥାୟୀ ପ୍ରତିକାର କରାନଯାଇ ଘଳିଆ ବନ୍ଦ କରିବା ଆଳରେ ବାଲିବସ୍ତା, ମାଟି ପକାଇ ବ୍ୟାପକ ଅର୍ଥ ଆତ୍ମସାତ୍ କରାଯାଉଛି । ଯଦି ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ ଥିବା କେନାଲବନ୍ଧକୁ ସ୍ଥାୟୀ ଭାବେ ମରାମତି କରାଯାଆନ୍ତା, ତେବେ ଏହି ଅଂଚଳରେ ଘଳିଆପଡ଼ି ଚାଷଜମି ପ୍ରତି ବିପଦ ସୃଷ୍ଟି ହୁଅନ୍ତା ନାହିଁ ।  ଜଳସଂପଦ ବିଭାଗର ଉଚ୍ଚ ପଦାଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *