Tuesday , February 25 2020
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡ଼ାର ଓଡ଼ିଆ ଝିଅ ଭାରତ ପାଇଁ ଆଣିଲେ ସଫଳତା

କେନ୍ଦ୍ରାପଡ଼ାର ଓଡ଼ିଆ ଝିଅ ଭାରତ ପାଇଁ ଆଣିଲେ ସଫଳତା

ରାଜକନିକା, ୧୨/୦୨/୨୦୨୦ (ଓଡ଼ିଶା ସମାଚାର)-ଦିଲ୍ଲୀସ୍ଥିତ ଆନନ୍ଦଧାମ ଆଶ୍ରମରେପ୍ରଥମ ଥର ପାଇଁ ଅନୁଷ୍ଠିତ ବିଶ୍ୱ ଯୋଗ ପ୍ରତିଯୋଗିତାରେ ଓଡିଶାର ପ୍ରଜ୍ଞା ପାରମିତା ଭଂଜଦେଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଭାରତ ପାଇଁ ଗର୍ବଆଣିଛନ୍ତି। ୨୫ ବର୍ଷରୁ କମ୍ ବିଭାଗରେ ପ୍ରଜ୍ଞା ଭାରତୀୟ ଦଳ ତରଫରୁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇବାପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ବିଶ୍ୱସ୍ତରୀୟ ଏହି ପ୍ରତିଯୋଗିତାରେ ସଫଳତା ପାଇଥିବା ଓଡିଆ ଝିଅ ସୁଶ୍ରୀ ପ୍ରଜ୍ଞା ରାଜକନିକା ଗୋକଣ୍ଣେଶ୍ୱରର ସୌମେନ୍ଦ୍ର ନାରାୟଣ ଭଂଜଦେଓଙ୍କ ବଡଝିଅ ଓ ଅମର କୁମାର ଭଂଜଦେଓଙ୍କ ନାତୁଣୀଅଟନ୍ତି। ସୁଶ୍ରୀ ପ୍ରଜ୍ଞା ରେଭେନସା କଲେଜିଏଟ ସ୍କୁଲରେ ଯୁକ୍ତ ୨ ପାସ କରିବାପରେ ବର୍ତମାନ କଟକର ଜେକେବିକେ କଲେଜରେ ଯୁକ୍ତ ୩ କଳାରେପ୍ରଥମ ବର୍ଷର ଛାତ୍ରୀ ।

ଯୋଗରେ ବିଶେଷ ଆଗ୍ରହ ରଖିଥିବା ପ୍ରଜ୍ଞା୨୦୧୮ରେ ପ୍ରଥମ ଥର କଲକାତରେ ଅନୁଷ୍ଠିତ ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ୟ ସ୍ଥାନ ଅଧିକାର କରିବାସହ ୨୦୧୯ରେ ଛତିଶଗଡରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୨୦ ଜାନୁଆରୀରେ ଅନୁଷ୍ଠିତ ବାରବାଟୀ ନୃତ୍ୟଉତ୍ସବରେ ଅଂଶଗ୍ରହଣ କରି ଉଚ୍ଚପ୍ରଶଂସିତ ହେବାସହ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡିଶାରେ ଯୋଗର ସଫଳ ଭବିଷ୍ୟତ ପାଇଁ ଦିଶାଆଣିଥିଲେ। ନିଜର ଉଚ୍ଚାକାଂକ୍ଷୀ ସମ୍ଭାବନା ଥାଇ କଟକର ବାରବାଟି ଯୋଗ ଆସୋସିଏସନ ତରଫରୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାପାଇଁ ମନୋନିତ ହୋଇଥିବା ପ୍ରଜ୍ଞାଯୋଗ ସହ ବ୍ୟାଡମିଂଟନରେ ମଧ୍ୟ ଅଶେଷ ସଫଳତା ସାଉଁଟିଛନ୍ତି। ସ୍କୁଲ ଓ କଲେଜ ସମୟରେ ଜାତୀୟ ସ୍ତରର ଖେଳାଳି ଭାବେ ସ୍ୱୀକୃତି ପାଇଥିବା ପ୍ରଜ୍ଞା ଆର୍ନ୍ତଜାତୀୟ ସ୍ତରର ଯୋଗ ଏବଂ ବ୍ୟାଡମିଂନରେ ଖୁବ ନାଁ କରିବାକୁ ଲକ୍ଷ୍ୟ ରଖିଥିବାରୁ ତାଙ୍କର ଆଗାମୀ ଲକ୍ଷ୍ୟପୂରଣ ପାଇଁ ଅଭିନନ୍ଦନର ସୁଅ ଅଜାଡି ହୋଇପଡିଛି। ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *