Tuesday , February 25 2020
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡା ୧୮ବର୍ଷରୁ କମ ଫୁଟବଲ କପକୁ ଉଦଘାଟନକଲେ ଜିଲ୍ଲାପାଳ

କେନ୍ଦ୍ରାପଡା ୧୮ବର୍ଷରୁ କମ ଫୁଟବଲ କପକୁ ଉଦଘାଟନକଲେ ଜିଲ୍ଲାପାଳ

କେନ୍ଦ୍ରାପଡା ୦୭/୦୨/୨୦୨୦ (ଓଡ଼ିଶା ସମାଚାର)-ଆସନ୍ତା ୯ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଟେନ ସ୍ପୋଟିଂ କ୍ଲବ ପକ୍ଷରୁ ଆରମ୍ଭ   ହେବାକୁ ଯାଉଥିବା କେନ୍ଦ୍ରାପଡା ୧୮ବର୍ଷରୁ କମ ଫୁଟବଲ କପ ଟୁର୍ଣ୍ଣାମେଂଟର ନୂତନ କପକୁ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ ପ୍ରକୋଷ୍ଠରେ ଉନ୍ମୋଚନ  କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଚାନ୍ଦବାଲି, ଆଳି ଆଥଲେଟିକ ଆସୋସିଏସନ, କନିକା, କେନ୍ଦ୍ରାପଡାର ଲେବର ସ୍ପୋଟିଂ, କଜଳା, ଗରାପୁରର ଟେନ ସ୍ପୋଟିଂ,  ଆଜାଦ ସ୍ପୋଟିଂ ଓ ଜଇପୁରାର ୟୁଜିସି ଭଳି ୮ଟି କ୍ଲବ ଅଂଶଗ୍ରହଣ କରିବେ । ଏହି କପ ଉନ୍ନୋଚନ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,  ଟେନ ସ୍ପୋଟିଂର ସଭାପତି ପରଭେଜ ଖାନ, ସମ୍ପାଦକ ଅବଦୁଲ କାଦୀର, ସେକ ଅବୁଜର, ମୀର ମହମ୍ମଦ ଅମୀର, ଅବଦୁଲ ମଜିଦ, ସେକ ଅହେସାନ, ଅବଦୁଲ କରିମ, ଇମରୋଜ, ସେକ ରାଜୁ, ସେକ ଓସିମ, ସେକ ଟୁଟୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *