Thursday , September 19 2019
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ପ୍ରଶାସନ ଓ ପୋଲିସ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ

କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ପ୍ରଶାସନ ଓ ପୋଲିସ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ଓ ଫୁଟବଲ ଆସୋସିଏସନ ସହିତ ଜିଲ୍ଲା ପୋଲିସର  ଗୁରୁବାର ଅପରାହ୍ନରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଫୁଟବଲ ମ୍ୟାଚରେ ଜିଲ୍ଲା ପ୍ରଶାସନ ଓ ଫୁଟବଲ ଆସୋସିଏସନର ଖେଳାଳିମାନେ ଜିଲ୍ଲା ପୋଲିସ ଟିମକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ହୋଇଥିଲେ । ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବରେ ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ ଓ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଯୋଗଦେଇ ବିଜୟୀ ଦଳ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପୋଲିସ ବିଭାଗର ମୁଖ୍ୟ ଖେଳାଳି ଗଣେଶ ଚନ୍ଦ୍ର ବାଇପେଇ,ଜିଲ୍ଲା ପ୍ରଶାସନର ସେକ ଫୁରକାନ ଓ ସେକ ସୋନୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା  ।  ଅନ୍ୟମାନଙ୍କ ମଧ୍ୟରେ ଶାରିରୀକ ଶିକ୍ଷକ ଛବି ପ୍ରସାଦ ମହାକୁଡ,ଜ୍ୟୋତିର୍ମୟ ଦାସ,ସୈାକତ ଖାନ,ଅଲେଖ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅଲଇଣ୍ଡିଆ ଟ୍ରାଡିସନାଲ ସଟକିନ କରାଟେ ପ୍ରତିଯୋଗୀତା – ତେଲକୋଇ ଆଦିବାସୀ ଯୁବକଙ୍କୁ ୨ ବ୍ରୋଞ୍ଜ

କେନ୍ଦୁଝର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଅଲଇଣ୍ଡିଆ ଟ୍ରାଡିସନାଲ ସଟକନ କରାଟେ ପ୍ରତିଯୋଗୀତାରେ ତେଲକୋଇ ମୁଖ୍ୟାଳୟର ବାଲିସାହିର ଆଦିବାସୀ ଯୁବକ ବିଜୟ କୁମାର …

Leave a Reply

Your email address will not be published. Required fields are marked *