Monday , December 16 2019
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବୃତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବୃତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା,୧୪/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଏକ ବୃତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଶିବିରର ସଂଯୋଜକ ମନୋଜ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୃତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିରକୁ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉଦଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ସମ୍ପର୍କରେ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରର ମୁଖ୍ୟ ପରାମର୍ଶଦାତା ଭାବରେ ପ୍ରଭଞ୍ଜନ ମହାନ୍ତି ଓ ଅରବିନ୍ଦ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଷୟ ଭିତିକ ବୃତି ଉପରେ ପରାମର୍ଶ ଓ ଦିଗଦର୍ଶନ ପ୍ରଦାନ କରିଥିଲେ । ପିଲାମାନଙ୍କ ନିମନ୍ତେ ଜାତୀୟ ସ୍ତରରେ ଉପଲବ୍ଧ ନିଯୁକ୍ତି ସୁଯୋଗ ଓ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗ ଶେଷ ବର୍ଷର ୨ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ କଲେଜର ସମସ୍ତ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉସôାହିତ କରିଥିଲେ । ଏହି ଶିବିରରେ ଅଧ୍ୟାପକ ରଞ୍ଜିତ କୁମାର ଦାସ,ଡଃ.ପ୍ରଭାକର ମଲ୍ଲିକ,ପୂର୍ବାଶା ପ୍ରିୟଦର୍ଶିନୀ,ଡଃ.ବାସନ୍ତୀ ଶୁକ୍ଳା,ପ୍ରକାଶ ମଲ୍ଲିକ,ଅମର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ଅଶୋକ କୁମାର ଦାସ ଓ ଡଃ.ଗୈାର ପ୍ରସାଦ ଷଡଙ୍ଗୀ ଶିବିର ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ମନୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଜୟ ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ଅଭିଯାନ ଉଦଯାପିତ

ଗରଦପୁର,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତସ୍ଥିତ ବିଜୟ ମହାବିଦ୍ୟାଳୟ ପରିସରରେ ମହିଳା ଆତ୍ମ ସୁରକ୍ଷା ଅଭିଯାନ ଉଦଯାପନ ଉତ୍ସବ ପାଳିତ ହୋଇ …

Leave a Reply

Your email address will not be published. Required fields are marked *