Thursday , September 19 2019
Breaking News
Home / ବିଶେଷ / କେନ୍ଦ୍ରାପଡା ବ୍ଲକରେ “ମୋ ପଂଚାୟତ ଅଭିଯାନ” ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ବ୍ଲକରେ “ମୋ ପଂଚାୟତ ଅଭିଯାନ” ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ପଂଚାୟତ ଗୁଡିକୁ  ସ୍ୱୟଂକ୍ରୀୟ କରିବା  ସହିତ  ତା’ର   ସର୍ବାଙ୍ଗିନ  ବିକାଶ  କରିବା  ନିମନ୍ତେ  ରାଜ୍ୟ ସରକାରଙ୍କ  ପକ୍ଷରୁ  “ମୋ ପଂଚାୟତ ଅଭିଯାନ” ଆରମ୍ଭ କରାଯାଇଛି ।  ଏହି ଉପଲକ୍ଷେ ସୋମବାର ଅପରାହ୍ନରେ  କେନ୍ଦ୍ରାପଡା ବ୍ଲକରେ ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା  । ବୈଠକରେ ଏହି ଅଭିଯାନ ଆସନ୍ତା ୨୨ତାରିଖରେ ବ୍ଲକର ସମସ୍ତ ୨୭ଟି ପଂଚାୟତରେ ଏକାସଙ୍ଗେ ଆରମ୍ଭ ହେବ ବୋଲି ବିଡିଓ ସୂଚନା ଦେଇଥିଲେ । ଏହି ଯୋଜନାରେ ପ୍ରତ୍ୟେକ ପଂଚାୟତରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଭିତିଭୂମିର ବିକାଶ କରାଯିବା ସହିତ କିଚେନ ଗାର୍ଡେନ ଓ ପାଚେରୀ ନିର୍ମାଣ,ବିଦ୍ୟୁତ ସଂଯୋଗ ଓ ଖେଳପଡିଆ ପ୍ରସ୍ତୁତ କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମାନସିକ ବିକାଶ ସହିତ ବୈାଦ୍ଧିକ ବିକାଶ କରାଯିବ । ଏଥିସହିତ ଜଳଶକ୍ତି ସଂରକ୍ଷଣ ସୂଚାରୁରୂପେ କରାଯିବ । ବର୍ଷାଜଳ ସଂରକ୍ଷଣ କରାଯିବା ସହ ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର ଓ ବନୀକରଣ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ତ୍ରୀସ୍ତରୀୟ ପଂଚାୟତ ପ୍ରତିନିଧିଙ୍କ ସମେତ ସରକାରୀ ଅଧିକାରୀ,ଲାଇନଡିପାର୍ଟମେଂଟର ଅଧିକାରୀ, ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ.ଏମ.ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରାଇବେ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ କହିଥିଲେ । ସେହିଦିନ ସଚେତନତା କାର୍ଯ୍ୟକ୍ରମ ସହିତ ତାହାର ସଫଳ ରୁପାୟନ ପାଇଁ ଖସଡା ପ୍ରସ୍ତୁତ ହେବ । ଏହି ପ୍ରସ୍ତୁତି ବୈଠକରେ ବିଡିଓ ସୁଧିର କୁମାର ସିଂ, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା,  ସରପଂଚ ନରହରି ପାଣି, ପ୍ରଦ୍ୟୁମ୍ନ କୁମାର ଜେନା, ବସନ୍ତ କୁମାର ରାଉତ,  ଗାୟତ୍ରୀ ମହାନ୍ତି, ଜୀନତପ୍ରିୟଦର୍ଶିନୀ ରାଉତଙ୍କ ସମେତ ସରପଂଚ ଓ ସମିତିସଭ୍ୟ/ସଭ୍ୟା ଏବଂ  ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *