Monday , December 16 2019
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ପୈାରସଂସ୍ଥା ଦୃଷ୍ଟି ବାଧିତ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡା ପୈାରସଂସ୍ଥା ଦୃଷ୍ଟି ବାଧିତ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡା ୩୦/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରସଂସ୍ଥା ପରିଚାଳିତ ଦୃଷ୍ଟି ବାଧିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଶନିବାର ସକାଳେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଦୃଷ୍ଟି ବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀଙ୍କ ସମେତ ନିକଟସ୍ଥ ଅଯୋଧ୍ୟାନଗର ଗ୍ରାମର ଏକଶହରୁ ଉଦ୍ଧ୍ୱର୍ ଗରୀବ ଓ ଦୁସ୍ଥ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଦୃଷ୍ଟି ବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଶୁ ଦାସ,ବିଦ୍ୟାଳୟର ଶିକ୍ଷକମାନେ ଓ ମେଡିକାଲ ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଲିଙ୍ଗ ନିରୂପଣ ବନ୍ଦ ପାଇଁ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାସ୍ତରୀୟ ଆଡଭାଇଜରୀ କମିଟି ଓ ଟାସ୍କଫୋର୍ସ ସଭା କଟକ, ୧୦/୧୨/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାସ୍ତରୀୟ ଆଡଭାଇଜରି କମିଟି ସଭା ଓ ଜିଲ୍ଲାସ୍ତରୀୟ …

Leave a Reply

Your email address will not be published. Required fields are marked *