Thursday , September 19 2019
Breaking News
Home / ତାଜା ଖବର / କେନ୍ଦ୍ରାପଡା : କଳପଡ଼ା ସେତୁ ଉପରେ ଗୁଳିକାଣ୍ଡ – ୨ ଆହତ, ଜଣେ ସୌଭାଗ୍ୟକୁ ବର୍ତି ଯାଇଛନ୍ତି- ପୋଲିସ ର ଛାନଭିନ

କେନ୍ଦ୍ରାପଡା : କଳପଡ଼ା ସେତୁ ଉପରେ ଗୁଳିକାଣ୍ଡ – ୨ ଆହତ, ଜଣେ ସୌଭାଗ୍ୟକୁ ବର୍ତି ଯାଇଛନ୍ତି- ପୋଲିସ ର ଛାନଭିନ

କେନ୍ଦ୍ରାପଡା, ୧୫/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡ଼ା ସେତୁ ଉପରେ ବୁଧବାର ରାତି ପ୍ରାୟ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଏଥିରେ ୨ଜଣ ଠିକାଦାର ଗୁରୁତର ଆହତ ହୋଇଛନ୍ତି । ଆଉ ଜଣେ ଅଳ୍ପକେ ବର୍ତି ଯାଇଛନ୍ତି । ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ସଂକଟାପନ୍ନ ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । ଦୁଇ ଆହତଙ୍କ ମଧ୍ୟରେ ଜେଲ ଫେରନ୍ତର ଅଛନ୍ତି । ତେଣୁ ଆଗକୁ ଗ୍ୟାଙ୍ଗ ୱାର ର ଆଶଙ୍କା ପ୍ରକାଶ ପାଉଛି ।
ମିଳିଥିବା ସୂଚନା ଅନୁସାରେ ରଂଜନ ଭୁୟାଁ ଓ ଅଙ୍ଗୁଳାଇ ବରେଇର ବିନୋଦ ସାହୁ ଏକ ଆପାଚି ବାଇକ ରେ ପାଟକୁରା ଥାନା ବଛରାଇ ଗ୍ରାମର ରାଜକିଶୋର ମୁଦୁଲି (ରାଜା) ଙ୍କୁ ତାଙ୍କ ଘରେ ଛାଡ଼ିବାକୁ ଯାଉଥିଲେ । ସେମାନେ ମାର୍ଶାଘାଇ ପଟୁ ଯାଇ କଳପଡ଼ା ପୋଲ ଉପରେ ହୋଇଥିବାବେଳେ ତାଙ୍କୁ ପିଛା କରୁଥିବା ୩ ଜଣ ଯୁବକ ତାଙ୍କୁ ପୋଲ ଉପରେ ଅଟକାଇଥିଲେ । ସେମାନେ ଅଟକିବାକ୍ଷଣି ସମ୍ପୃକ୍ତ ଦୁର୍ବୃତମାନେ ତାଙ୍କ ଉପରକୁ ଅତି ନିକଟରୁ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ରାଜାଙ୍କ ପେଟରେ ୨ ଟି ଗୁଳି ବାଜିଥିବାବେଳେ ବିନୋଦଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି । ସୌଭାଗ୍ୟବସତ ବାଇକ ଚଳାଉଥିବା ରଂଜନ ଙ୍କ ଦେହରେ କୌଣସି ଗୁଳି ବାଜିନାହିଁ । ଖବର ପାଇ ପୋଲିସ୍ ପହଂଚି ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରିଥିଲେ । ପୋଲିସ୍ ସୂତ୍ରରୁ ପ୍ରକାଶ ରାଜା ରେଲୱେ ରେ ଠିକାଦାରୀ କରନ୍ତି ଓ ତାଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେ ଏକ ମାମଲାରେ ଗିରଫ ହୋଇ ଜେଲ ରେ ଥିଲେ । ମାସେ ତଳେ ସେ ଜାମିନରେ ଆସିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *