Sunday , December 8 2019
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମାଜବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମାଜବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜ ବିଜ୍ଞାନ ଏବଂ ଔଦ୍ୟୋଗିକ ସମାଜ ବିଜ୍ଞାନ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କଲେଜର ଅଧ୍ୟକ୍ଷ ଭାବେ ଗତ ଅପ୍ରେଲମାସ ୩୦ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଡଃ.ତ୍ରିପାଠୀ ଓ  କଲେଜ ଉପାଧ୍ୟକ୍ଷ ଡଃ. ଗୋପାଳ ଚନ୍ଦ୍ର ବେହେରାଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ପୁଷ୍ପଗୁଛ ଓ  ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପିକା ଡଃ.ସୁଷମା ଶତପଥୀ, ଡଃ.ସରୋଜିନୀ ମହାପାତ୍ର, ମଧୁସ୍ମିତା ସିଂ, ସାଇନାଥ ଖାତୁନଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …

Leave a Reply

Your email address will not be published. Required fields are marked *