Friday , September 20 2019
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ ସଫ୍ଟୱୟାର  ସ୍ପୋକନ ଟ୍ୟୁଟୋରିଆଲ କାର୍ଯ୍ୟକ୍ରମ ଉଦଘାଟିତ

କେନ୍ଦ୍ରାପଡା କଲେଜରେ ସଫ୍ଟୱୟାର  ସ୍ପୋକନ ଟ୍ୟୁଟୋରିଆଲ କାର୍ଯ୍ୟକ୍ରମ ଉଦଘାଟିତ

କେନ୍ଦ୍ରାପଡା, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ମିଶନ ପକ୍ଷରୁ ସୂଚନା ଏବଂ ବୈଷୟିକ ଯୋଗାଯୋଗ ମାଧ୍ୟମରେ ବମ୍ବେ ଆଇ.ଆଇ.ଟି.ଓ ଓଡିଶା ସରକାରଙ୍କ  ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ଆର.ଆଇ.ଟି.ଏମ.ସି.ଏ.ବିଭାଗର ମୁଖ୍ୟ ପ୍ରଫେସର ସୁନିଲ କୁମାର ନାହାକ ରିସୋର୍ସପରସନ ଭାବରେ ଯୋଗଦେଇ “ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ”ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାମାନଙ୍କ  ସମସ୍ତ ପ୍ରଶ୍ନର ଉତର ରଖିଥିଲେ । ଏହି “ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ”ରେ ଜଣେ ଛାତ୍ର କିମ୍ବା ଛାତ୍ରୀ ନିଜର ନାମ ପଞ୍ଜିକରଣ କରି ସି,ସି++,ଜାଭା,ଲିନକ୍ସ,ପାଇଥନ,ସାଇଲାବ ଭଳି କମ୍ପ୍ୟୁଟର ପାଟ୍ୟକ୍ରମ କୋର୍ସ ଶେଷ କରି ପରୀକ୍ଷା ଦେଇ ପାସ କଲାପରେ ଆଇ.ଆଇ.ଟି.ବମ୍ବେ ପ୍ରଦତ୍ତ ସାର୍ଟିଫିକେଟ ପାଇପାରିବେ ବୋଲି ପ୍ରଫେସର ନାହାକ ସୁଚନା ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ କମ୍ପ୍ୟୁଟର ବର୍ତମାନ ଆମ ଜୀବନର ଏକ ଅଂଶ ବିଶେଷ ହୋଇଯାଇଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ମିଶନ ପକ୍ଷରୁ ବମ୍ବେ ଆଇ.ଆଇ.ଟି.ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ଏହି ପ୍ରୋଗ୍ରାମ ମାଧ୍ୟମରେ ଆମ କଲେଜର ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନ ସଂପ୍ରସାରିତ ଓ ଅଭିବୃଦ୍ଧି ହୋଇପାରିବ ।  ଏହା ସେମାନଙ୍କ ପାଇଁ ସୁଯୋଗ   ।  ଏହି ସୁଯୋଗର ସୁବିନିଯୋଗ କରିପାରିଲେ ସେମାନେ ସଫଳ ହୋଇପାରିବେ ।  କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚରଣ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ପୂର୍ବାଷା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ତଥା ପ୍ରଫେସର ଆନନ୍ଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମନୋରଞ୍ଜନ ମିଶ୍ର,ଡଃ.ଜ୍ଞାନୀନ୍ଦ୍ର ଦାଶ,ରଞ୍ଜିତ କୁମାର ଦାସ,ଡଃ.ପ୍ରଭାକର ମଲ୍ଲିକଙ୍କ ସମେତ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସଉଠ କଲେ- ଜଣେ ବୋହୋସ୍ ୯ ଆହତ

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ …

Leave a Reply

Your email address will not be published. Required fields are marked *