Tuesday , February 25 2020
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ ଗଣ୍ଡଗୋଳ ଅଭିଯୋଗରେ ୨ ଥାନାରେ ଅଟକ

କେନ୍ଦ୍ରାପଡା କଲେଜରେ ଗଣ୍ଡଗୋଳ ଅଭିଯୋଗରେ ୨ ଥାନାରେ ଅଟକ

କେନ୍ଦ୍ରାପଡା,୧୪/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ୨ ଅଣଛାତ୍ରଙ୍କୁ ଟାଉନ ଥାନା ପୋଲିସ ଧରିଆଣି ଥାନାରେ ଅଟକ ରଖିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ଗୁରୁବାର ପୂର୍ବାହ୍ନରେ କଲେଜ ପରିସରରେ କଲେଜ ବାଣିଜ୍ୟ ବିଭାଗର ଜନୈକ ଛାତ୍ରକୁ ଗାଳିଗୁଲଜ କରିବା ସହିତ ତାକୁମାଡମାରି ସାର୍ଟ ଚିରିଦେବା ସଂପୃକ୍ତ ଛାତ୍ର କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲା । ଅଧ୍ୟକ୍ଷ ସେହି ଅଭିଯୋଗକୁ ଟାଉନ ଥାନା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ ନିମନ୍ତେ ପଠାଇଦେବା ପରେ ପୋଲିସ କଲେଜ କ୍ୟାମ୍ପସରେ ପହଁଚି ସଂପୃକ୍ତ ୨ ଅଣଛାତ୍ରଙ୍କୁ ନେଇ ଥାନାରେ ଅଟକ ରଖିଥିବା ଥାନା ସୁତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *