Wednesday , December 11 2019
Home / ବ୍ୟବସାୟ ବାଣିଜ୍ୟ / କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ – ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ – ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୨/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ (ବିଏସଏଲସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ବୋଲି ଆଜି ଇସ୍ପାତ୍ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧକ୍ଷତାରେ ବସିଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ଆଜିର ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି । ସେଲ୍ ଏବଂ ଆରଆଇଏନଏଲ ବିଏସଏଲସିରୁ ଅଗ୍ରୀମ ଭାବରେ ଡୋଲୋମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ । ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ବୈଠକରେ ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍ର ସହାୟକ କମ୍ପାନୀ ବିଏସଏଲସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲ୍ଲାରେ ଖନନ ଏବଂ ବିପଣନ ଚୁନା ପଥର ଓ ଡିଲୋମାଇଟର କାରବାର କରୁଛି । କୌଣସି କାରଣରୁ ବିଗତ କିଛି ଦିନ ଧରି ବିଏସଏଲସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା । ଏହି ମାମଲାକୁ ସଂସଦ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ଏବଂ ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୋଷାକ ସିଲେଇ ପ୍ରଶିକ୍ଷଣ ଶିବିର

ମହାକାଳପଡା, ୦୩/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପଡା ବ୍ଲକର ବଉଲକଣୀ ପଂଚାୟତର ବେତବେଲାରୀ ଗ୍ରାମରେ ‘ଇଫକୋ-ଆଇଏଫଏଫଡିସି’ପକ୍ଷରୁ ଗତ ନଭେମ୍ବର ମାସ …

Leave a Reply

Your email address will not be published. Required fields are marked *