Saturday , February 29 2020
Breaking News
Home / ବିଶେଷ / କେନାଲବନ୍ଧ ରାସ୍ତା ପାଲଟିଛି ଅଳିଆଗଦା

କେନାଲବନ୍ଧ ରାସ୍ତା ପାଲଟିଛି ଅଳିଆଗଦା

ସାଲେପୁର ୧୫/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ସନ୍ନିକଟ କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତାଟି ଅଳିଆଗଦା ଓ ଆବର୍ଜନାପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ଲୋକମାନେ ଘରର ଯାବତୀୟ ଆବର୍ଜନା ଏହି କେନାଲ ବନ୍ଧ ରାସ୍ତା ପାଶ୍ୱର୍ରେ ପକାଉ ଥିବାରୁ ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡ଼ିଛି । ସାଲେପୁର ମେଡ଼ିକାଲ ଠାରୁ ବାଲିସାହି ପୋଲ ପର୍ଯ୍ୟନ୍ତ ରାସ୍ତାଟି ଆବର୍ଜନାରେ ପୂର୍ଣ୍ଣ ହୋଇଥିବା ବେଳେ ଦୁର୍ଗନ୍ଧ ଯୋଗୁ ପଥଚାରୀ ଅତିଷ୍ଟ ହୋଇପଡ଼ିଛନ୍ତି । ବଜାରରେ ବ୍ୟବସାୟ କରୁଥିବା ଏକାଧିକ ଦୋକାନୀ ରାତିରେ ଏହି କେନାଲ ବନ୍ଧ କଡ଼ରେ ଦୋକାନର ବର୍ଜ୍ୟବସ୍ତୁକୁ ନେଇ ପକାଉଛନ୍ତି । ଯାହା ଅତ୍ୟନ୍ତ ଦୋଷାବହ ଅଟେ । ସେହିପରି ବିରାଡ଼ି କୁକୁରଙ୍କ ମୃତ ଶରୀରକୁ ଏହି କେନାଲବନ୍ଧ ରାସ୍ତା କଡ଼ରେ ପକାଉଛନ୍ତି । ପଶୁଜନ୍ତୁଙ୍କ ଶବ ପଚି ଅତିମାତ୍ରାରେ ପ୍ରଦୂଷିତ ହେଉଛି । କଡ଼ରେ ପଡ଼ୁଥିବା ବର୍ଜ୍ୟବସ୍ତୁ କେନାଲ ଜଳରେ ମିଶି ଜଳକୁ ଦୂଷିତ କରୁଛି । ଅଧିକାଂଶ ଲୋକ କେନାଲ ପାଣିରେ ଗାଧୋଇଥାନ୍ତି । ଦୂଷିତ ପାଣିରେ ଗାଧୋଇବା ଯୋଗୁ ଚର୍ମ ରୋଗ ବ୍ୟାପୀବାରେ ଲାଗିଛି । ଅପରପକ୍ଷେ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣରେ ଏହି କେନାଲ ବନ୍ଧ ରାସ୍ତାରେ ଯାଉଥିବା ଲୋକମାନେ ଦୂଷିତ ପରିବେଶ ଓ ଦୁର୍ଗନ୍ଧ ଯୋଗୁ ଅତିଷ୍ଟ ହୋଇପଡ଼ୁଛନ୍ତି । କେନାଲ ବନ୍ଧ ରାସ୍ତାକୁ ପରିଷ୍କାର ରଖିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *