Tuesday , July 16 2019
Home / ବ୍ୟବସାୟ ବାଣିଜ୍ୟ / କେଂଟକୋ କମ୍ପାନୀର ଶ୍ରମିକ ମାରଣ ନୀତି

କେଂଟକୋ କମ୍ପାନୀର ଶ୍ରମିକ ମାରଣ ନୀତି

    ୩୬୦ଶ୍ରମିକ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଲେ
ପାରାଦ୍ୱୀପ ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପରେ ଶିଳ୍ପ ଉପରେ ଶିଳ୍ପମାନ ଗଢି ଚାଲିଛି ସତ ଶିଳ୍ପରେ କାର୍ଯ୍ୟରତ ଶ୍ରମିକ ମାରଣ ନୀତି ମଧ୍ୟ ବଢି ଚାଲିଛି । ଶେଷରେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଳାଇଛନ୍ତି ଶ୍ରମିକମାନେ । ପାରାଦ୍ୱୀପରେ ଥିବା ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କାର୍ଯ୍ୟରତ ଶ୍ରମିକମାନେ । ପାରାଦ୍ୱୀପରେ ଥିବା ପିଆଇସିଟି କମ୍ପାନୀ ଅଧିନରେ କାର୍ଯ୍ୟକରୁଥିବା କେଂଟକୋ କମ୍ପାନୀରେ ପ୍ରାୟ ୩୬୦ଶ୍ରମିକ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଛନ୍ତି । କାମ କରୁଛନ୍ତି ସତ ହେଲେ ଶ୍ରମିକମାନେ ଅନେକ ସମସ୍ୟା ଘେରରେ ରହିଛନ୍ତି । ନା ମିଳୁଛି ଠିକ୍ ସମୟରେ ଦରମା ନା ମିଳୁଛି ସୁରକ୍ଷା ସରଞ୍ଜାମ । ସବୁଠାରୁ ବଡ କଥା ହେଉଛି ଯଦି କିଏ ଏ ବିଷୟକୁ ନେଇ ଅଭିଯୋଗ କରନ୍ତି ତେବେ ତୁରନ୍ତ ତାକୁ ବିନା କାରଣରେ ଛଟେଇ କରାଯାଇ କମ୍ପାନୀ ଅନ୍ୟମାନଙ୍କୁ ନିୟୋଜିତ କରାନ୍ତି ବୋଲି ଅଭିଯୋଗ ହୋଇଛି । ଏଥିନେଇ ଶ୍ରମିକ ମାନେ କମ୍ପାନୀ କର୍ତୃପକ୍ଷଙ୍କୁ ଏକ ଦାବିପତ୍ର ଦେବା ସହ ସବୁ କାର୍ଯ୍ୟ ବନ୍ଦ କରି ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆନଯାଏ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ ମାନେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ …

Leave a Reply

Your email address will not be published. Required fields are marked *