Thursday , September 19 2019
Breaking News
Home / କୃଷି / କୃଷି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ – ୫.୨୧ କୋଟି ବିନିଯୋଗ ହେବ

କୃଷି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ – ୫.୨୧ କୋଟି ବିନିଯୋଗ ହେବ

ଭୁବନେଶ୍ୱର,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଚାଷୀଙ୍କ ଆର୍ଥିକମାନଦଣ୍ଡ ବୃଦ୍ଧି କରିବା ଉଦ୍ଧେଶ୍ୟରେ ବୁଧବାର ରାଜ୍ୟ ସରକାର ଏକ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବିଶେଷକରି ନବରଙ୍ଗପୁର ଜିଲାରେ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବା ଲାଗିକାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟରଶୁଭାରମ୍ଭ କରିଛନ୍ତି । ଏଥିଲାଗି ୫.୨୧କୋଟି ଟଙ୍କା ବିନିଯୋଗ ହେବ । କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଓ ଚାଷର ଉନ୍ନତି ଲାଗି ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ।ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ଜିଲାର ଉଦ୍ୟାନ କୃଷି,ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡ଼ା ଓ ପଶୁପାଳନ,ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀଙ୍କର ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଏଥିଲାଗି ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ସହ କେନ୍ଦ୍ରସରକାରଙ୍କ ୧୨ ଗବେଷଣା ଓ ବିକାଶ ସଂସ୍ଥା ସହଯୋଗ କରୁଛନ୍ତି । ଏହାଦ୍ୱାରା ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ବ୍ୟବସାୟିକ ନର୍ସରୀ ପ୍ରତିଷ୍ଠା, ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗ ପ୍ରମୁଖସଚିବମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ନୂଆଖାଇ ଉପଲକ୍ଷେ ଗୋରଖନାଥ କୃଷକ ମହାସଂଘ ପକ୍ଷରୁ ପ୍ରତିଭା ଚୟନ ଉତ୍ସବ

ତାରପୁର,୩/୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଖାଇ ଉପଲକ୍ଷେ ରଘୁନାଥପୁର ବ୍ଲକ୍ ରେଢ଼ୁଆ ନୂଆଗଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ …

Leave a Reply

Your email address will not be published. Required fields are marked *