Tuesday , February 25 2020
Breaking News
Home / କୃଷି / କୃଷି ଓ କୃଷକର ବିକାଶ ଅତ୍ୟାଧୁନିକ ପ୍ରଣାଳୀ ଦ୍ୱାରା ହିଁ ସମ୍ଭବ

କୃଷି ଓ କୃଷକର ବିକାଶ ଅତ୍ୟାଧୁନିକ ପ୍ରଣାଳୀ ଦ୍ୱାରା ହିଁ ସମ୍ଭବ

ଗୋଳବାଇ ମା ଭଗବତୀ କୃଷକ ସଂଘର ବାର୍ଷିକ ଉତ୍ସବ

ନିରାକାରପୁର, ୧୧/୦୨/୨୦୨୦ (ଓଡ଼ିଶା ସମାଚାର)-କୃଷକମାନେ ଦେଶର ମେରୁଦଣ୍ଡ । ଅତ୍ୟାଧୁନିକ ପ୍ରଣାଳୀ ଦ୍ୱାରା କୃଷି  ଓ କୃଷକର ବିକାଶ ହୋଇପାରିବ । ସେଥିପାଇଁ କୃଷି ବୈଷୟିକ ବିଭାଗ ଦ୍ୱାରା କୃଷକମାନଙ୍କୁ ଉଚିତ ମାର୍ଗଦର୍ଶନ କରିବା ଆବଶ୍ୟକ । କୃଷକ କେବଳ ଧାନ ଚାଷ ନ କରି ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ଚାଷ କରି ଅଧିକରୁ ଅଧିକ ଅମଳ କରିବା ପାଇଁ ବୈଷୟିକ ଜ୍ଞାନ କୈାଶଳ ଆହରଣ କରିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ମା ଭଗବତୀ କୃଷକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଅବସରରେ ଅତିଥିଗଣ ମତବ୍ୟକ୍ତ କରିଥିଲେ । କୃଷି ଜିଲ୍ଲା ଅଧିକାରୀ ନାରାୟଣ ସେଠୀଙ୍କ ଅଦ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ବାରିକ,ଜିଲ୍ଲା ମୁଖ୍ୟ ଯୋଜନା କୃଷି ଅଧିକାରୀ ସୁବ୍ରତ କୁମାର ରଥ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ସାମନ୍ତରାୟ, ଖୋର୍ଦ୍ଧା ବ୍ଲକ ଆତ୍‌ମା ସଭାପତି ରୁଦ୍ରଭାନୁ ନରେନ୍ଦ୍ରସିଂ,ଗୋଳବାଇ ରାଜସ୍ୱ ନୀରିକ୍ଷକ ପ୍ରଶାନ୍ତ କୁମାର ଷଢଙ୍ଗୀ, ବ୍ଲକ କୃଷି ଅଧିକାରୀ ରାଜଶ୍ରୀ ବେହେରା , ସହକାରୀ କୃଷି ଅଧିକାରୀ ସୁଶ୍ରୀ ସରୋଜିନୀ ଓ ସଂଘ ସଭାପତି କଣ୍ଡୁରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ କୃଷକମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ । ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ପଲ୍ଲେଇ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ମଂଚ ପରିଚାଳନା କରିଥିଲେ ବିନୋଦ ବିହାରୀ ସେଠୀ । ଶେଷରେ ସମାଜସେବୀ ପଦ୍ମନାଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଛି କୃଷକ, ସାମ୍ବାଦିକଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଭାକର ନାୟକ, ନିଧି ବେହେରା, ଯୋଗେନ୍ଦ୍ର ସାହୁ ଓ ବାନ୍‌ଛାନିଧି ବରାଳ ପ୍ରମୁଖ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର,୧୭/୦୨/୨୦୨୦(ଓଡ଼ିଶା ସମାଚାର)-ଉତର ବାଲେଶ୍ୱରର ୪ ଟି ବ୍ଲକ ଜଳେଶ୍ୱର,ବସ୍ତା,ବାଲିଆପାଳ ଓ ଭୋଗରାଇ ଅଂଚଳରେ କୃଷି ଉତ୍ପାଦିତ ସାମଗ୍ରୀକୁଉପଯୁକ୍ତ ଭାବେ ସଂରକ୍ଷଣ …

Leave a Reply

Your email address will not be published. Required fields are marked *