Monday , December 16 2019
Breaking News
Home / କୃଷି / କୃଷିର ବିକାଶ ପାଇଁ ନୂତନ ଓ ବୈଷୟିକ ଜ୍ଞାନକୈାଶଳର ଭୂମିକା ଓ ସମବାୟର ଉନ୍ନତି ସଂକ୍ରାନ୍ତୀୟ କର୍ମଶାଳା

କୃଷିର ବିକାଶ ପାଇଁ ନୂତନ ଓ ବୈଷୟିକ ଜ୍ଞାନକୈାଶଳର ଭୂମିକା ଓ ସମବାୟର ଉନ୍ନତି ସଂକ୍ରାନ୍ତୀୟ କର୍ମଶାଳା

ଭୁବନେଶ୍ୱର ,୩୦/୧୧/୨୦୧୯(ଓଡ଼ିଶା ସମାଚାର)- ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନୂତନ ଓ ବୈଷୟିକ ଜ୍ଞାନକୈାଶଳରେ କୃଷି ଉଦ୍ୟୈାଗିକରଣ ଓ ସମବାୟର ଉନ୍ନତି ସଂକ୍ରାନ୍ତୀୟ କର୍ମଶାଳା ସ୍ଥାନୀୟ ମଧୁସୂଦନ ସହକାରୀ ପ୍ରଶିକ୍ଷଣ ସଂସ୍ଥାନ ଠାରେ ଆୟୋଜିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦାନ କରି କହିଲେ ଯେ ଏଗ୍ରି ଷ୍ଟଟ୍ଅପ୍ ର ପ୍ରୋତ୍ସାହନ, ଗରିବ ଚାଷୀଙ୍କ ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ବିଭିନ୍ନ ଯୋଜନା, ୫ଟି ର ଉପାଦେୟତା, ବୈଷୟିକ ଜ୍ଞାନକୈାଶଳ, ସମବାୟର ଉନ୍ନତି ଏବଂ ଓଡିଶାର ଆର୍ଥିକ ବିକାଶରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ନାବାର୍ଡର ଚିଫ୍ ଜେନେରାଲ ମ୍ୟାନେଜର ଏ. ଚନ୍ଦ୍ରଶେଖର ଏବଂ ରାଷ୍ଟ୍ରୀୟ ସମବାୟ ପ୍ରଶିକ୍ଷଣ ପରିଷଦ, ନୂଆଦିଲ୍ଲୀର ସଚିବ ମୋହନ କୁମାର ମିଶ୍ର ଯୋଗଦାନ କରିଥିଲେ । ଉକ୍ତ କର୍ମଶାଳାରେ ଏଗ୍ରିଷ୍ଟାର୍ଟଅପ୍ ରେ ନୂତନ ବୈଷୟିକ ଜ୍ଞାନକୈାଶଳର ଉପଯୋଗିତା ଓ ସମବାୟର ଉନ୍ନତି ସଂକ୍ରାନ୍ତରେ ଆଲୋଚନା ହେବା ସହ ଭିତିଭୂମିର ପୁନଃବିକାଶ, ବଜାରଭିତିକ ଉତ୍ପାଦନ ଓ ଜଳସେଚନର ସୁବିଧା, ଡିଜିଟାଲ କାର୍ଯ୍ୟଦକ୍ଷତାର ବୃଦ୍ଧି, ଭାଗଚାଷୀର ମାନ୍ୟତା, କୃଷିଉଦ୍ୟୋଗିଙ୍କୁ ପ୍ରୋତ୍ସାହନ ତଥା କୃଷିଭିତିକ ଉଦ୍ୟୋଗ ସହିତ ଜଡିତ ବିଭିନ୍ନ ସମସ୍ୟାର ସହଜ ସମାଧାନ, ସରକାରଙ୍କ ଯୋଜନା ତଥା ଚାଷୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ସମନ୍ୱୟ ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରସ୍ତାବମାନ ଆସିଥିଲା । ନିର୍ଦ୍ଦେଶକ ସନ୍ତାନୁ ଘୋଷ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିବା ବେଳେ ମନୋଜ କୁମାର ପାଣି, ଏମଆରଏସ୍ ଚନ୍ଦ୍ରମୁର୍ତି, ଡ. ରମେଶ ଚନ୍ଦ୍ର ବିଶ୍ୱାଳ, ଜୟନ୍ତୀ ମହାପାତ୍ର, ବିଭୂତି ପୃଷ୍ଟି ଓ କିଶୋର ସୁତାର ପ୍ରମୁଖ ଉପସ୍ଥିତ ରହି ସମବାୟ ଓ ଚାଷୀମାନଙ୍କର ବିକାଶ ଉପରେ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *