Tuesday , January 28 2020
Breaking News
Home / କୃଷି / କୃଷିରତ ମହିଳା ଦିବସ ପାଳିତ – ‘ପୁରୁଷପ୍ରାଧାନ୍ୟ ସମାଜରେ ମହିଳାଙ୍କ ଶ୍ରମକୁ ଗୁରୁତ୍ୱ ଦିଆଯାଉନି’

କୃଷିରତ ମହିଳା ଦିବସ ପାଳିତ – ‘ପୁରୁଷପ୍ରାଧାନ୍ୟ ସମାଜରେ ମହିଳାଙ୍କ ଶ୍ରମକୁ ଗୁରୁତ୍ୱ ଦିଆଯାଉନି’

ଭୁବନେଶ୍ୱର,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଆଇସିଏଆର୍ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଓ ଅନୁସନ୍ଧାନ ସଂସ୍ଥା ଓ କୃଷିବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ କୃଷିରତ ମହିଳା ଦିବସ ବୁଧବାର ପାଳିତ ହୋଇଯାଇଛି । ସିଫାର ନିର୍ଦ୍ଧେଶିକା ଡ. ବିନ୍ଦୁ ଆର୍ ପିଲାଇ ସ୍ୱାଗତ ଭାଷଣ ଦେଇଥିଲେ । ମାନବ ସମାଜ କୃଷିକାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ହିଁ ମହିଳାମାନେ କୃଷିକାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି । କିନ୍ତୁ ପୁରୁଷପ୍ରାଧାନ୍ୟ ସମାଜରେ ମହିଳାଙ୍କ ଶ୍ରମକୁ ଗୁରୁତ୍ୱ ଦିଆଯାଉନାହିଁ । ତେଣୁ କୃଷି କାର୍ଯ୍ୟରେ କର୍ତବ୍ୟରତ ମହିଳାଙ୍କୁ ସଶକ୍ତୀକରଣ କରିବା ଦରକାର । ସେମାନଙ୍କ ଅବଦାନକୁ ସ୍ୱୀକାର କରି ଶ୍ରମକୁ ସମ୍ମାନ ଜଣାଇବା ହିଁ ଏହି ଦିବସ ପାଳନର ପ୍ରକୃତ ଉଦ୍ଧେଶ୍ୟ ବୋଲି ଡ. ବିନ୍ଦୁ ଆର୍ ପିଲାଇ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ଜୀବିକା ନିର୍ବାହ ପାଇଁ ଗ୍ରାମାଂଚରେ ୮୦% ମହିଳା କୃଷି ଉପରେ ନିର୍ଭର କରିଥାନ୍ତି । ସମୁଦାୟ କୃଷକ ସମାଜରେ ୩୦% ମହିଳା ସ୍ୱୟଂ କୃଷକ ଅଟନ୍ତି । ପ୍ରାୟ ୪୫% ମହିଳା କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଯାହା ପ୍ରମାଣିତ କରୁଛି କୃଷି ଉପôାଦନ କ୍ଷେତ୍ରରେ ମହିଳାଙ୍କ ସିଂହଭାଗ ଅବଦାନ ରହିଛି । ଯଦି ପୁରୁଷଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ମହିଳା କୃଷକଙ୍କୁ ଯୋଗାଇ ଦିଆଯିବ ତାହେଲେ କୃଷି ଉତ୍ପାଦନ ୨୦% – ୩୦% ବୃଦ୍ଧି ପାଇବା ସହ କ୍ଷୁଧାମୁକ୍ତ ବିଶ୍ୱ ଗଠନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସିଫାର ପ୍ରତିଷ୍ଠାଦିନଠାରୁ ମହିଳାମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ଓ ଅନ୍ୟାନ୍ୟ ଜଳକୃଷି କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହା କେବଳ ଜୀବିକା ଉତ୍ପାଦନର ମାଧ୍ୟମ ନହୋଇ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣର ସହାୟ ହୋଇଛି ବୋଲି ଡ. ପିଲାଇ କହିଥିଲେ । ପ୍ରମୁଖ ବୈଜ୍ଞାନିକ ଡ. କାନ୍ତା ଦାସ ମହାପାତ୍ର ମହିଳା କୃଷକଙ୍କ ରୋଜଗାର ଅଧିକ କରିବା ପାଇଁ ସିଫା ତରଫରୁ ଦିଆଯାଉଥିବା ଜ୍ଞାନକୌଶଳ ସମ୍ବନ୍ଧରେ କହିଥିଲେ । ଖୋର୍ଦ୍ଧା ୧୮ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟ ଭାଗ୍ୟଲକ୍ଷ୍ମୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶ ଗଠନରେ ମହିଳାଙ୍କ ଭୂମିକାର ଅବତାରଣା କରିଥିଲେ । ପ୍ରମୁଖ ବୈଜ୍ଞାନିକ ଡ. ପ୍ରଭାତୀ କୁମାରୀ ସାହୁ ମତ୍ସ୍ୟଚାଷ, ଜାଆଁଳ ଉତ୍ପାଦନ, ଭାଲୁ୍ୟଆଡିସନ୍, ସମନ୍ୱୀତ କୃଷି, ମୁକ୍ତାଚାଷ ପ୍ରଭୃତି ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ମହିଳାଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ୬ ଜଣ ଅଗ୍ରଣୀ ମହିଳା ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧାର ଡ. ଅଜୟ କୁମାର ଦାଶ, ସୁକାନ୍ତୀ ବେହେରା ଓ ଆଇସିଏଆର୍-ସିଫାର ବୈଜ୍ଞାନିକ ଶ୍ୱେତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡ. ଉକ୍ରଳଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *