Saturday , January 25 2020
Breaking News
Home / ତାଜା ଖବର / କୂଅରେ ବୁଡ଼ିଗଲେ ୨ ଶିଶୁ

କୂଅରେ ବୁଡ଼ିଗଲେ ୨ ଶିଶୁ

ନୟାଗଡ଼, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ
ଗ୍ରାମର ୪ ବର୍ଷର ୨ ଜଣ ଶିଶୁ ଖେଳୁଥିବା ବେଳେ କୂଅରେ ପଡ଼ି ମୃତ୍ୟୁବରଣ କରିଛନ୍ତି । ଉଭୟ ହେଲେ ଏହି ଗାଁର ତ୍ରିନାଥ ବେହେରାଙ୍କ ପୁଅ ସୋମନାଥ ବେହେରା ଓ ଟୁକୁନା ବେହେରାଙ୍କ ପୁଅ ରାଜେଶ ବେହେରା । ସୂଚନାନୁସାରେ, ୪ ଜଣ ପିଲା ଖେଳୁଥିବା ବେଳେ ଗୁଞ୍ଜର (ଏକ କୀଟ) ଧରିବାକୁ ଗାଁ ଗହିର ଭିତରକୁ ଚାଲିଯାଇଥିଲେ । ବର୍ଷା ଯୋଗୁଁ ଗହିର ଭିତରେ ଥିବା କୂଅରେ ପାଣି ଭର୍ତି ହୋଇରହିଥିଲା । ପିଲାମାନେ ନଜାଣି ଗୁଞ୍ଜର ଧରିବା ପାଇଁ ଦୁଇ ଜଣ କୂଅ ଭିତରେ ପଶି ଯାଇଥିଲେ । ସେମାନେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଦୁଇ ଜଣ ଗ୍ରାମବାସୀଙ୍କୁ ଡାକିବା ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଇ ଶିଶୁ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ଭଦ୍ରକ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଯୁବତୀ ଏକ ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବତୀ …

Leave a Reply

Your email address will not be published. Required fields are marked *