Saturday , February 29 2020
Breaking News
Home / ଶିକ୍ଷା / କୁଦାନଗରୀ ହାଇସ୍କୁଲର ବାର୍ଷିର୍କ ଉତ୍ସବ

କୁଦାନଗରୀ ହାଇସ୍କୁଲର ବାର୍ଷିର୍କ ଉତ୍ସବ

ଗରଦପୁର, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)-ଆମେ ସବୁ ଆର୍ଯ୍ୟ ଋଷିମାନଙ୍କର ଉତର ଦାୟାଦ । ତାଙ୍କର ଆଦର୍ଶ, ଆଚରଣ, ଉଚ୍ଚାରଣ ବିଶ୍ୱ କଲ୍ୟାଣର ବାର୍ତା ବହନ କରୁଛି ବୋଲି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲର ବାର୍ଷିର୍କ ଉତ୍ସବକୁ ଉଦଘାଟନ କରିବା ଅବସରରେ ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଆର୍ଶିବଚନ ଦେଇ ଆର୍ଯ୍ୟ ଋଷିମାନଙ୍କ ଉପଦେଶକୁ ମାନି ଚଳିବାକୁ ଆହ୍ୱାନ ଦେଇଥିଲେ । ଆୟୋଜିତ ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଅଜୟ ରାଉତ ଏବଂ ସମ୍ମାନୀୟ ଅତିଥି ଭାବେ ସାଉଁଟାଫୁଲ ସାହିତ୍ୟ ପତ୍ରିକାର ସଂପାଦକ ପରିକ୍ଷିତ ନାୟକ, ପୁରାତନ ଛାତ୍ର ସଂସଦ ସଭାପତି ଜ୍ଞାନରଂଜନ ପାତ୍ର, ଦେବାଶିଷ ଆଚାର୍ଯ୍ୟ, ସ୍ଥାନୀୟ ସରପଂଚ ଅରୁଣ ନାୟକ, ବରିଷ୍ଠ ସାମ୍ବାଦିକ ଜ୍ଞାନବଲ୍ଲଭ ମହାନ୍ତି ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ଦଳାଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ କ୍ରୀଡା ଓ ଅନ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲାବେଳେ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରତ୍ୟୁଷ ପ୍ରିୟଦର୍ଶୀ ପାତ୍ରଙ୍କୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିକ୍ଷୟିତ୍ରୀ ସ୍ୱାଗତିକା ବାରିକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାସ, ଅଶ୍ୱିନୀ କୁମାର ମିଶ୍ର, ସାଗର ରଂଜନ ଦାସ, ଶିକ୍ଷୟିତ୍ରୀ ପ୍ରାଜ୍ଞ ପାରମିତା, ଜୟନ୍ତୀ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା କଲେଜରେ ଜିଲ୍ଲା ସ୍ତରୀୟ ଅଧ୍ୟକ୍ଷ ସମ୍ମିଳନୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୨୭/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  କଲେଜ ଅଧ୍ୟକ୍ଷମାନଙ୍କ ଏକ ସମ୍ମିଳନୀ …

Leave a Reply

Your email address will not be published. Required fields are marked *