Tuesday , January 28 2020
Breaking News
Home / ଶିକ୍ଷା / କୁତାମଚଣ୍ଡି ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୁତାମଚଣ୍ଡି ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଓଡିଶୋ ସ୍ଥିତ କୁତାମଚଣ୍ଡୀ ବିଦ୍ୟାପୀଠର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶରତଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ବ୍ଲକ ଶିକ୍ଷାଅଧିକାରୀ ଗଣେଷ ଚନ୍ଦ୍ର ସେଠୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ତ୍ରିଲୋଚନ ସାହୁ ଓଷ୍ଟା ବ୍ଲକ ସଭାପତି ମନ୍ଦରଧର ସ୍ୱାଇଁ,ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁଧାମଣି ସ୍ୱାଇଁ ଓ ବ୍ଲକ ବିଜ୍ଞାନ କୋ-ଅର୍ଡିନେସନ କମିଟି ସଂପାଦକ ଗୋପିନାଥ ପାଢୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବରିଷ୍ଠ ଶିକ୍ଷକ ବସନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲାବେଳେ ସୁନିଲ କୁମାର ସାହୁ ବିବରଣୀ ପାଠ କରିଥିଲେ । ସୌଭାଗ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କୃତିଶିକ୍ଷକ ଆର୍ତତ୍ରାଣ ଆଚାର୍ଯ୍ୟ ଓ ଅକ୍ଷୟ କୁମାର ସ୍ମାରକ ପୁରସ୍କାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା ।ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ନଗେନ ପଣ୍ଡା, ହରେକୃଷ୍ଣ ଲେଙ୍କା, ସୁକାନ୍ତ କୁମାର ନାୟକ, ସ୍ମୃତିରଂଜନ ରାଉତ, ରେଣୁକା ବିଶ୍ୱାଳ,ଅରୁନ୍ଧତୀ ନନ୍ଦ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *