Tuesday , August 20 2019
Breaking News
Home / ତାଜା ଖବର / କୁଖ୍ୟାତ ଲୁଟେରା ଗିରଫ, ସୁନାଗହଣା ଜବତ

କୁଖ୍ୟାତ ଲୁଟେରା ଗିରଫ, ସୁନାଗହଣା ଜବତ

ଭୁବନେଶ୍ୱର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ନୂଆପଲ୍ଲୀ ଥାନା ପାସ୍ପୋର୍ଟ ଅଫିସ ନିକଟରୁ ଏକ କାର ଭିତରୁ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି । ପୁଲିସ କୁଖ୍ୟାତ ଲୁଟେରା ନିରଞ୍ଜନ ନାୟକ ଓରଫ ଟିକିନାକୁ ଗିରଫ କରିଛ । ପୁଲିସ ତା’ଠାରୁ ଗୋଟିଏ ସୁନା ନେକଲେସ, ଦୁଇଟି ମଙ୍ଗଳସୂତ୍ର, ୬ ପଟ ଚୂଡ଼ି ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ନିରଞ୍ଜନ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି । ୨୦୧୭ ଜୁନ ରେ ନୂଆପଲ୍ଲୀ ଥାନା ଅସଙ୍ଖଳର ଜଣେ ଫ୍ଲିପ୍କାର୍ଟ କର୍ମଚାରୀଙ୍କଠାରୁ ସେ ୬ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିଭଳି ୨୦୧୪ ମସିହାରେ ଲକ୍ଷ୍ମୀସାଗର ଥାନା ଅସଙ୍ଖଳରେ ଡକାୟତି କରି ଗିରଫ ହୋଇଥିଲା । ୨୦୧୩ ମସିହାରେ ନିରଞ୍ଜନଠାରୁ କମିଶନରେଟ ପୁଲିସ ବନ୍ଧୁକ ଜବତ କରିବା ଘଟଣାରେ ଗିରଫ କରିଥିଲା । ଗତ ୧୦ ତାରିଖରେ ନିମାପଡ଼ା ତମ୍ପାଳ ଅଂଚଳର ତଥା ଇଞ୍ଜିନିୟର ରଜେଶ ସ୍ୱାଇଁ, ପନôୀ, ଦୁଇ ପିଲା ଓ ସାନଭାଇ ସହ ପାସ୍ପୋର୍ଟ ଅଫିସ ଆସିଥିଲେ । ସେଠାରୁ କାମ ସାରି ଏକ ବିବାହ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ସେମାନେ ପାସ୍ପୋର୍ଟ ଅଫିସ ପାଖରେ ପହଞ୍ଚିଥିଲେ । ପାସ୍ପୋର୍ଟ ଅଫିସ ନିକଟରେ କାର୍ ରଖି ରଜେଶ, ପନôୀ ଓ ଛୋଟ ଝିଅ ସହ ଭିତରକୁ ଯାଇଥିଲେ । ଗାଡ଼ିରେ ସାନଭାଇ, ପୁଅ ଓ ବଡ଼ ଝିଅ ବସିଥିଲେ । କିଛି ସମୟ ପରେ ବଡ଼ ଝିଅ କାନ୍ଦିବାରୁ ସାନଭାଇ ଓ ପୁଅ ମଧ୍ୟ ଭିତରକୁ ଯାଇଥିଲେ । ଗାଡ଼ି ପାଖକୁ ଫେରି ବ୍ୟାଗ୍ରେ କିଛି ଖାଦ୍ୟ ଜିନିଷ ଥିବାରୁ ସେମାନେ ବ୍ୟାଗ୍ ଖୋଜିଥିଲେ । ହେଲେ ବ୍ୟାଗ୍ ଭିତରେ ଥିବା ଭ୍ୟାନିଟି ନଥିବା ଜାଣିବାକୁ ପାଇଥିଲେ । ଭ୍ୟାନିଟିରେ ପ୍ରାୟ ୭ଭରି ଓଜନର ସୁନା ଅଳଙ୍କାର, ଏଟିଏମ୍ କାର୍ଡ ଓ ମୋବାଇଲ୍ ଆଦି ଥିଲା । ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଓଡ଼ିଶା ସମାଚାର

About admin

Check Also

ଅଲଟୋ କାର ମୋଟର ସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଜଣେ ଗୁରୁତର

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା …

Leave a Reply

Your email address will not be published. Required fields are marked *