Friday , February 28 2020
Breaking News
Home / ବିଶେଷ / କିଡ଼ନୀ ଆକ୍ରାନ୍ତ ଛାତ୍ରୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କିଡ଼ନୀ ଆକ୍ରାନ୍ତ ଛାତ୍ରୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସାଲେପୁର ୨୯/୦୧/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):- ଯେଉଁ ବୟସରେ ଭବିଷ୍ୟତ ସୃଷ୍ଟି ପାଇଁ ଉଦ୍ୟମ କରାଯାଇଥାଏ ସେହି ବୟସ ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚକିତ୍ସା ହୋଇ ନପାରେ ସେତେ ବେଳେ ମନରେ ରହିଥିବା ଆଗାମୀ ଭବିଷ୍ୟତ ସ୍ୱପ୍ନରେ ରହିଯାଏ । ଏଭଳି ଏକ ଦୁଃଖଦ ଘଟଣା ଦେଖାଦେଇଛି ସାଲେପୁର ବ୍ଲକ୍ ର ମହାଜନପୁର ଗ୍ରାମରେ । ଏହି ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା ବନଜାରାଣୀ ଦାସ । ବନଜା ନିଜ ବାପ ଘରେ ରହି ବହୁ ଦୁଃଖ କଷ୍ଟରେ ଚଳିଥାନ୍ତି । ବନଜାଙ୍କ ଝିଅ ପ୍ରିୟଙ୍କୋ ପ୍ରିୟଦର୍ଶିନୀ +୩ କଳାରେ ଦ୍ୱିତୀୟ ବର୍ଷରେ ସ୍ଥାନୀୟ କଲେଜରେ ପାଠ ପଢ଼ୁଛନ୍ତି । ତେବେ ବୋଝ ଉପରେ ନଲିତା ବିଡ଼ା ପରି ପ୍ରିୟାଙ୍କା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇପଡ଼ିଚନ୍ତି । ଅତି ଅଭାବି ପରିବାର । ଓଳିଏ ଖାଇଲେ ଆର ଓଲିକୁ ନାହିଁ । ଏଭଳି ପରିସ୍ଥିତିରେ ରୋଗକ୍ରାନ୍ତ ଝିଅର ଚିକିତ୍ସା ପାଇଁ ବନଜା ଘରର ସମସ୍ତ ଆସବାବପତ୍ର ବିକ୍ରୀ କରି ସାରିଲେଣି । ଏବେ କେବଳ ଭଗବାନଙ୍କୁ ଭରଷା କରି ସମୟ ବିତାଉଛନ୍ତି । ସାଇପଡ଼ିଶା ମଧ୍ୟ ସେମାନଙ୍କ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିଛନ୍ତି । ମାତ୍ର ତାହା କିଡ଼ନୀ ରୋଗର ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ପ୍ରିୟଙ୍କା ରୋଗକ୍ରାନ୍ତ ହୋଇ ଖାଦ୍ୟ ଖାଇପାରୁ ନଥିବା ବିଷୟ ବନଜା କୋହଭରା କଣ୍ଠରେ ପ୍ରତିନିଧିଙ୍କ ଠାରେ କହିଥିଲେ । ଅପରପକ୍ଷେ ବନଜାଙ୍କ ମାଆ ମୃତ୍ୟୁବରଣ କରିଥିବା ବେଳେ ବାପା ବୟସର ଅପରାହ୍ନରେ ପହଞ୍ଚିଛନ୍ତି । କାମଦାମ କରି ଦାନା ଯୋଗାଡ଼ କରୁଥିବାରୁ କିପରି ଝିଅର ଚିକିତ୍ସା ଖର୍ଚ୍ଚ କରିବେ ତାହା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି । ରାଜ୍ୟ ସରକାର ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ଯଦି ଏହି ଗରୀବ ଝିଅର ଚିକିତ୍ସା ପାଇଁ ଏହି ଗରୀବ ଝିଅର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାନ୍ତି ତେବେ ଏହି ଅଭାବି ପରିବାର ଆଶ୍ୱସ୍ତି ହୋଇପାରନ୍ତେ । ରାଜ୍ୟ ସରକାର ଚିକିତ୍ସା ସୁବିଧା ଯୋଗାଇ ଦେଇ ଛାତ୍ରୀଟିର ଜୀବନ ରକ୍ଷା କରିବା ପାଇଁ ପରିବାର ପକ୍ଷରୁ ନିବେଦନ କରିଛନ୍ତି । ଯଦି ବଦାନ୍ୟ ବ୍ୟକ୍ତି , ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ଝିଅର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହାନ୍ତିି ତେବେ ଷ୍ଟେଟ୍ ବ୍ୟାଙ୍କ୍ ଖାତା ନଂ-୩୧୯୭୩୫୯୫୨୧୭, ଆଇଏଫ୍ ଏସ୍ ସି  ଏସ୍ ବି ଆଇ ଏନ୍ -୦୦୦୮୦୮୯ରେ ଓ ମୋବାଇଲ ନଂ ୮୧୪୪୮୦୨୦୪୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *