Saturday , February 29 2020
Breaking News
Home / କୃଷି / କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ

କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ

ବାରିପଦା, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ସରାକରଙ୍କ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗଯୋଜନା କାର୍ଯ୍ୟକ୍ରମରେ ଯୋଗ୍ୟ ହୀତାଧିକାରୀ ଚାଷି ମାନଙ୍କୁ କୃଷିଭିତିକ ଚାଷ, ମତ୍ସ୍ୟ ଚାଷ, ପଶୁପାଳନ ଆଦିଆନୁଷଙ୍ଗିକ ଚାଷ ପାଇଁ ପିଏମ୍ କିସାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ରିହାତି ସ୍ୱଳ୍ପସୁଧ ହାରରେ ଋଣ ସହାୟତା ଯୋଗାଇଦେଗା ପାଇଁ ଚଳିତ ଫେବୃଆରୀ୮ତାରିଖରୁ ୧୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ସମଗ୍ର ରାଜ୍ୟରେ ତ୍ୱରାନ୍ନିତ କରାଯାଉଅଛି ।ମୟୂରଭଞ୍ଜ ଜିଲ୍ଲାରେ ଏହି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୟୂରଭଂଜ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୃଷି, ସମବାୟ, ମତ୍ସ୍ୟ ପ୍ରାଣୀସମ୍ପଦ ଓ ନାବାର୍ଡ ସହଯୋଗରେ ତ୍ୱରାନିତ କରାଯାଉଅଛି । ଏହି କାର୍ଯ୍ୟକ୍ରମରେ ଯେଉଁ ଚାଷୀମାନେ, କିସାନ କ୍ରେଡିଟକାର୍ଡରେ ଯୋଜନାରେ ଅନ୍ତର୍ଭକ୍ତ ହୋଇପାରିନଥିବା ଚାଷୀମାନଙ୍କୁ ଅନ୍ତଭୁକ୍ତ କରାଯିବ ଏବଂ ଯେଉଁ ଚାଷୀ ପୂର୍ବରୁ ଅନ୍ତର୍ଭୂକ୍ତ ହୋଇଛନ୍ତି କିନ୍ତୁ ସୁବିଧା ଉପଯୋଗ କରି ପାରିନାହାନ୍ତି , ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ନିଜ ଅଂଚଳରେ ଥିବା ବ୍ୟାଙ୍କ ଜରିଆରେ ଅଥବା ଅନଲାଇନରେ ଉଦ୍ଦିଷ୍ଟ ଥିବା ଫର୍ମରେ ଆବେଦନ କରିବାର ବ୍ୟବସ୍ଥାରହିଛି । ଏହି ଯୋଜନାରେ ବିଶେଷ କରି କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ ଅନ୍ତର୍ଭୁକ୍ତହୋଇ ସୁବିଧା ଉପଯୋଗ କରିପାରିବେ । ଚାଷୀମାନେ କିସାନ୍ କ୍ରେଡିଟ କାର୍ଡ ମାଧ୍ୟମରେ ମାତ୍ର ସଳ୍ପସୁଧ (ରିହାତି)ହାରରେ କୃଷି, ମତ୍ସ୍ୟ, ପଶୁପାଳନ ଆଦି ଆନୁସଙ୍ଗିକ ଚାଷ ପାଇଁ ଋଣ ସହାୟତା ପାଇପାରିବେ । ଏଥିପାଇଁ ଚାଷୀମାନେ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ୱେବସାଇଟ୍‌,ସରକାରୀ ବିଭାଗ ୱେବସାଇଟ୍‌ରେ ପିଏମ୍ କିସାନ୍ ପୋର୍ଟାଲରେ ଏବଂ କମୋନସର୍ଭିସ୍ ସେଣ୍ଟରେ ଉପଲବ୍ଧ ଥିବା ଉଦିଷ୍ଟ ଫର୍ମରେ ନାମାଙ୍କନ ପୂରଣ କରି ସଂପୃକ୍ତ ବ୍ୟାଙ୍କ ଶାଖାକୁ ଆବେଦନ କରିପାରିବେ । ଉକ୍ତ ସମୟ ସୀମା ମଧ୍ୟରେଆବେଦନ କରିଥିବା ଆବେଦନ ପତ୍ର ଅନୁଯାୟୀ ଯାଂଚ କରାଯାଇ ଚାଷୀମାନଙ୍କୁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାବେଳେ ଆବଶ୍ୟକସ୍ଥଳେ ଯୋଗ୍ୟ ଚାଷୀମାନଙ୍କୁ ୩ଲକ୍ଷ ପର୍ଯ୍ୟନ୍ତ ସ୍ୱଳ୍ପ ସୁଧ ରିହାତିରେ ହାରରେଋଣ ସହାୟତା ଯୋଗାଇ ଦେବାରବ୍ୟବସ୍ଥା ରହିଛି । କୃଷି ଓ କୃଷକ ର କଲ୍ୟାଣପାଇଁ କାର୍ଯ୍ୟକାରୀ କରାଯାଉଥିବା କିସାନ କ୍ରେଡିଟ୍ କାର୍ଡର ସଫଳ ରୂପାୟନ ପାଇଁବ୍ୟାଙ୍କ ଆଫ୍ ଇଣ୍ଡିଆ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କାର୍ଯ୍ୟାଳୟ ମୟୂରଭଂଜ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଲ୍ ଡି ଏମ୍ ଦୀଲ୍ଲୀପ କୁମାର ସାହୁ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଂଚଳିକ ପ୍ରବନ୍ଧକ ମୟୂରଭଂଜ ମାନସ ରଂଜନ ଦାସ, ଜିଲ୍ଲା ଶସ୍ୟ, ପ୍ରାଣୀସଂପଦ ବିଭାଗର ଅଧିକାରୀ କୃଷ୍ଣଚନ୍ଦ୍ର ମହାନ୍ତ ଓ ଜିଲ୍ଲା ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ଶାମାଖୁଂଟା ନିହାର ରଂଜନ ଦେ ପ୍ରମୁଖ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ କିସାନ ନିଧି ଓ କିସାନ୍ କ୍ରେଡିଟ କାର୍ଡର ଉପଯୋଗିତା ସଂପର୍କରେ ଆଲୋଚନାରେ ସାମ୍ବାଦିକ ମାନଙ୍କୁ ସୂଚାଇବା ସହ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ସହଯୋଗ କମନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *