Monday , December 16 2019
Breaking News
Home / କୃଷି / କାଳିଆ ଯୋଜନାରେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ମିଳିନଥିବା ଅଭିଯୋଗ

କାଳିଆ ଯୋଜନାରେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡା, ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ସରକାରଙ୍କ କାଳିଆ ଯୋଜନାରେ କୃଷି ବିଭାଗରେ ପୂର୍ବରୁ ପଞ୍ଜିକୃତ ଚାଷୀଙ୍କୁ ସହାୟତା ମିଳିନଥିବା ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ସୋମବାର ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଚାଷୀ ଅଭିରାମ ରାଉତଙ୍କ ନାମ ଜିଲ୍ଲା କୃଷି ବିଭାଗରେ ବହୁ ପୂର୍ବରୁ କେ.ଇ.ଏନ.୬୨୭୧୭ ନମ୍ବରରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ତାଙ୍କୁ  ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅଦ୍ୟାବଧି ସହାୟତା ମିଳିନଥିବା ଜିଲ୍ଲାପାଳଙ୍କ ନିକଟରେ ସଂପୃକ୍ତ ଚାଷୀ ଶ୍ରୀ ରାଉତ ଅଭିଯୋଗ କରିଥିବା ଜଣାପଡିଛି । ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା କୃଷି ବିଭାଗର ଅଧିକାରୀଙ୍କୁ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *