Monday , December 16 2019
Breaking News
Home / କୃଷି / କାଳିଆ ଯୋଜନାରେ ଆୟବା ଗ୍ରାମର ଅଧିକାଂଶ ଚାଷୀଙ୍କୁ ସହାୟତା ମିଳିନଥିବା ଅଭିଯୋଗ

କାଳିଆ ଯୋଜନାରେ ଆୟବା ଗ୍ରାମର ଅଧିକାଂଶ ଚାଷୀଙ୍କୁ ସହାୟତା ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ଅଧିକାଂଶ ଚାଷୀ କାଳିଆ ଯୋଜନାରେ ସରକାରୀ ସହାୟତା ପାଇନଥିବା ଆଜି ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ଯେ  କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ତାଲିକାରେ ଏହି ଚାଷୀମାନଙ୍କ ନାମ ଥିଲେ ମଧ୍ୟ ସେମାନଙ୍କୁ କାଳିଆ ଯୋଜନାର  ପ୍ରଥମ କିସ୍ତିରେ ସହାୟତା ନମିଳିବାରୁ ବିଭାଗୀୟ ଅଧିକାରୀଙ୍କ ପରାମର୍ଶରେ ସେମାନେ ୨ୟ କିସ୍ତି ନିମନ୍ତେ ଦରଖାସ୍ତ କରିଥିଲେ । କିନ୍ତୁ ଦ୍ୱତୀୟ କିସ୍ତିରେ ମଧ୍ୟ ଏହି ଯୋଜନାରେ ସେମାନଙ୍କୁ  ସହାୟତା ପ୍ରଦାନ କରାଯାଇନଥିବା ଆୟବା ଗ୍ରାମପଂଚାୟତର ସମିତି ସଭ୍ୟ ମନୋରଞ୍ଜନ ଦାସଙ୍କ ନେତୃତ୍ୱରେ ନରହରି ନାୟକ, ବିକ୍ରମ କିଶୋର ଦାସ,ଅଯୋଦ୍ଧା ନାଥ ବିଶ୍ୱାଳ, ମୃତୁ୍ୟଞ୍ଜୟ ସାହୁ, ବିଦ୍ୟାଧର ସ୍ୱାଇଁ, ସନ୍ତୋଷ ସାହୁ ପ୍ରମୁଖ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏସମ୍ପର୍କରେ କୃଷି ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *