Tuesday , January 28 2020
Breaking News
Home / କୃଷି /    କାଳିଆ ଟଙ୍କାକୁ ନେଇ ଜିଲ୍ଲା କୃଷି କାର୍ଯ୍ୟାଳୟ ଆଗରେ ଧାରଣା

   କାଳିଆ ଟଙ୍କାକୁ ନେଇ ଜିଲ୍ଲା କୃଷି କାର୍ଯ୍ୟାଳୟ ଆଗରେ ଧାରଣା

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ନିର୍ବାଚନ ସମୟରେ କାଳିଆ ଟଙ୍କା ଦେଖାଇ ଭୋଟ ନେଇଗଲେ ସରକାର । ହେଲେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ମିଳିଲା ନାହିଁ । ପଂଚାୟତ ଅଫିସ ଆଗରେ ଲିଷ୍ଟ ମରାଗଲା । ଆକାଉଂଟ ନମ୍ବର ନେଲେ । ଟଙ୍କାର ଦେଖାନାହିଁ ।ବ୍ଲକ ଅଫିସରୁ କୃଷି କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲୁଣି । କହୁଛନ୍ତି ପୁଣି ଥରେ ଅନଲାଇନରେ  ଆବେଦନ କଲେ ମିଳିବ । ଗାଁରୁ ଘର ପିଛା କାଳିଆ ଯୋଜନାରେ ୩ ଜଣ ୩ କିସ୍ତିରେ ଟଙ୍କା ପାଇଥିବା ବେଳେ ଆମ ନାଁ ଲିଷ୍ଟରେ ଥାଇ ଆମକୁ ମିଳିପାରିନାହିଁ ।ଏଭଳି ସଂଗୀନ ଅଭିଯୋଗ ଜଗତସିଂହପୁର ବ୍ଲକ ଓଡିଶୋ ପଂଚାୟତର ବହୁ ଚାଷୀ କରିଛନ୍ତି । ପ୍ରଶାସନକୁ ବାରମ୍ବାର କହିଥିଲେ ହେଁ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ କାଳିଆ ଟଙ୍କା ନ ମିଳିବାରୁ ଓଡିଶୋ ପଂଚାୟତର ଶତାଧୀକ ଚାଷୀ ଜିଲ୍ଲା କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ନିର୍ବାଚନ ପୁର୍ବରୁ କାଳିଆ ଯୋଜନାରେ ଟଙ୍କା ମିଳିବ ବୋଲି କହିଥିବା ବେଳେ ଆଜି ଯାଏ ଟଙ୍କା ମିଳିନାହିଁ । ପଂଚାୟତ ଅଫିସରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ଲିଷ୍ଟ ବାହାରିଥିଲା । ସେହି ଲିଷ୍ଟରେ ନାମ ଥିବା ବେଳେ କାଳିଆ ଟଙ୍କା ପାଇନାହାନ୍ତି ବୋଲି ବହୁ ଚାଷୀ ଅଭିଯୋଗ କରିଥିଲେ । ମାତ୍ର ସେହି ଲିଷ୍ଟକୁ ଚଂଚକତା କରାଯାଇ ବହୁ ଥିଲାବାଲା ଘର ଏବଂ ବହୁ ପରିବାରର ୩ ଜଣ ଲେଖାଁଏ କାଳିଆ ଟଙ୍କା ପାଇଥିବା ବେଳେ ପ୍ରକୃତ ହିତାଦୀକାରୀ ଏହି ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।ଏପରିକି ଓଡିଶୋ ପଂଚାୟତର ୩୧୮ ଜଣ ଲୋକ କାଳିଆ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି ବୋଲି ସୁଚନା ମିଳିଛି । ଏହି ଧାରଣାରେ ପ୍ରଫୁଲ୍ଲ ମଲ୍ଲିକ,ବିପିନ କୁମାର ତ୍ରୀପାଠୀ,ପ୍ରମୋଦ କୁମାର ତ୍ରୀପାଠୀ,ସଚ୍ଚିକାନ୍ତ ଦାସ,ଦ୍ୱାରିକାନାଥ ମହାରଣା,ବାସୁଦେବ ଦାସ,ପ୍ରତାପ କୁମାର ତ୍ରୀପାଠୀ,ଜିତୁ ଚାନ୍ଦ,ଜାହିର ଖାନ,ପ୍ରକାଶ ମହାରଣା,ବୁଧିଶ୍ୟାମ ବେହେରା ପ୍ରମୁଖ ଶତାଧିକ ଚାଷୀ ଧାରଣାରେ ବସିଥିଲେ । ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *