Friday , October 18 2019
Breaking News
Home / ତାଜା ଖବର / କାର୍-ସ୍କୁଟି ମୁହାମୁହିଁ ଧକ୍କା, ସ୍କୁଟି ଚାଳକର ମୃତ୍ୟୁ

କାର୍-ସ୍କୁଟି ମୁହାମୁହିଁ ଧକ୍କା, ସ୍କୁଟି ଚାଳକର ମୃତ୍ୟୁ

ସାଲେପୁର,୧୨/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)- ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ମି. ସମୟରେ ସାଲେପୁର-କେନ୍ଦ୍ରାପଡ଼ା ରାସ୍ତାର କଳାଗ୍ନୀ ଛକ ନିକଟରେ ଏକ କାର୍ ଏକ ସ୍କୁଟି ଚାଳକଙ୍କ ମଧ୍ୟରେ ଧକ୍କା ଦେବା ଫଳରେ ସ୍କୁଟି ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ   ସନ୍ଧ୍ୟା ପ୍ରାୟ ୭.୩୦ମି. ସମୟରେ ସାଲେପୁରରୁ ନିଶ୍ଚିନ୍ତକୋଇଲି ଅଭିମୁଖେ ସ୍କୁଟି ନଂ-ଓଡି୦୫କେ-୭୮୩୪ରେ  କଟିକଟା କୁସୁନପୁର ଗ୍ରାମର ରାଧାନାଥ ଷଡ଼ଙ୍ଗୀଙ୍କ ପୁତ୍ର ପ୍ରିୟବ୍ରତ ଷଡ଼ଙ୍ଗୀ(୨୪) ଯାଉଥିବାବେଳେ ଓ.ଡି.୦୨ଏଚ୍.୫୦୧୫ ଏଟିକା କାର୍ ସହିତ ତାଙ୍କର ଧକ୍କା ହେବା ଫଳରେ ସ୍କୁଟି ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଯୁବକର ଦୁର୍ଘଟଣାରେ ମୃତ୍ୟୁକୁ ନେଇ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିବାବେଳେ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଂଚି ଶବଟିକୁ ଜବତ କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ରାସ୍ତାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲାପରେ ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟଣାମାନ ବଢ଼ିଚାଲିଛି । ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ରାସ୍ତାରେ ଦ୍ରୁତଗତିରେ ଯାନବାହନ ଚଳାଉଥିବା ଚାଳକଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତେବେ ଏହି ରାସ୍ତାରେ ଦୁର୍ଘଟଣା ହ୍ରାସ ପାଅନ୍ତା ବୋଲି ବହୁ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *