Tuesday , January 28 2020
Breaking News
Home / କୃଷି / କାର୍ପ ଓ ମହୁରାଳୀ ମିଶ୍ରିତ ମତ୍ସ୍ୟ ଚାଷ ସଂପର୍କୀତ ତାଲିମ ଶିବିର

କାର୍ପ ଓ ମହୁରାଳୀ ମିଶ୍ରିତ ମତ୍ସ୍ୟ ଚାଷ ସଂପର୍କୀତ ତାଲିମ ଶିବିର

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ବ୍ଲକ ଅଧିନସ୍ଥ ପିତେଇପୁର ପଂଚାୟତର ମଲ୍ଲପୁର ଠାରେ କାର୍ପ ଓ ମହୁରାଳି ମତ୍ସ୍ୟ ଚାଷ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପିତେଇପୁର ପଂଚାୟତର ସରପଂଚ ଅନସର୍ ଅଲ୍ଲୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଇଉସ-ଏଇଡ,ୱାଲଡଫିସ ପ୍ରକଳ୍ପ ପରିଚାଳକ ଡଃ.ବୈଷ୍ଣବ ଚରଣ ରଥ ଓ କଟକ ଜୋନ ଯୋଗାଯୋଗ ପରିଚାଳକ ସୌରଭ କୁମାର ବିଶ୍ୱାଳ ,ଜିଲ୍ଲା ପରିଚାଳକ ଆଦିତ୍ୱନାରାୟଣ ଦାସ ଯୋଗଦେଇଥିଲେ । ଏହି ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାସ ଯୋଗଦେଇ ମତ୍ସ୍ୟ ଚାଷୀ ମାନଙ୍କୁ ମହୁରାଳୀ ଓ କ୍ରାପ (ରୋହି,ଭାକୁର,ମିରିକାଳି)ମିଶ୍ରିତ  ମାଛ ଚାଷ ସମ୍ପର୍କରେ ବ୍ୟାପକ ଭାବେ ଆଲୋକପାତ କରିଥିଲେ । ଛୋଟ ବା ଚୁନା ମାଛ ର ବହୁଳ ପରିମାଣ ର ଚାଷ ଓ ନିୟମିତ ଖାଇବା ଦ୍ୱାରା ଏହାର ଉପକାରିତା ବିଷୟରେ ଗୁରୁତ୍ୱରୋପ କରାଯାଇଥିଲା । ସହକାରୀ ମତ୍ସ୍ୟ ଅଧିକାରୀ ନିବେଦିତା ପଲ୍ଲିତା ଯୋଗଦେଇ ମାଛ ଚାଷ ସଂପର୍କରେ ଅବଗତ କରାଇଥିଲେ । ଉକ୍ତ ତାଲିମ ଶିବିରକୁ ମନୋଜ କୁମାର ସ୍ୱାଇଁ ପୋଶଣତତ୍ୱ ଙ୍କ ସହିତ ଦେବୀପ୍ରସାଦ ପାଢି,ଅଭିମନୁ୍ୟ ସାହୁ,ବରଦା ପ୍ରସାଦ ମିଶ୍ର ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *